ଲକ୍‌ଡାଉନ୍ କଟକଣା ଭାଙ୍ଗି ବଡ଼ଚଣା ଆଇଆଇସି ସସ୍‌ପେଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 19, 2020

ଲକ୍‌ଡାଉନ୍ କଟକଣା ଭାଙ୍ଗି ବଡ଼ଚଣା ଆଇଆଇସି ସସ୍‌ପେଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ଭାଙ୍ଗି ସସ୍‌ପେଣ୍ଡ ହେଲେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଆଇଆଇସି ଦୀପକ କୁମାର ଜେନା। ଡିଜିପି ଅଭୟ ଏହି ଘଟଣାକୁ ଅତି ଗୁରୁତ୍ୱ ଦେଇ  ଆଇଆଇସି ଦୀପକଙ୍କୁ ସସପେଣ୍ଡ କରିଛନ୍ତି। ଏନେଇ ସେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ଲକ୍‌ଡାଉନ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।  ଏହାସହ ପୁରୀ ସ୍ୱର୍ଗଦ୍ୱାର ଥାନାରେ ଏକ ମାମଲା ମଧ୍ୟ ରୁଜୁ କରାଯାଇ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବା ବେଳେ ଗତକାଲି ଆଇଆଇସି ଦୀପକ କୁମାର ଜେନା ଏହାକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଡ୍ୟୁଟିରେ ଥିବା ହାବିଲଦାରଙ୍କ ବାରଣ ସତ୍ତ୍ୱେ ପୂରା ପରିବାର ସହ ଦକ୍ଷିଣ ଦ୍ୱାର ଦେଇ ସେ  ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

ହାବିଲଦାରଙ୍କ ଏତଲା କ୍ରମେ ସିଂହଦ୍ୱାର ଥାନାରେ ଏନେଇ ମାମଲା ରୁଜୁ ହୋଇଛି।

 



from Odisha Reporter https://ift.tt/3blhlwY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages