ଗୀତରେ ଗୀତରେ କରୋନା ରୋକିବାକୁ ସଚେତନ କଲେ ଟ୍ରାଫିକ କନଷ୍ଟେବଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 1, 2020

ଗୀତରେ ଗୀତରେ କରୋନା ରୋକିବାକୁ ସଚେତନ କଲେ ଟ୍ରାଫିକ କନଷ୍ଟେବଳ

ବରଗଡ଼(ଦୀପକ ଶର୍ମା): କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରାକରଙ୍କ ପକ୍ଷରୁ ବିଭିନ୍ନ ସଚେତନତାଧର୍ମୀ କାର୍ଯ୍ୟକ୍ରମ କରାଯାଉଛି। ବ୍ୟାନର, ପୋଷ୍ଟର, ଗୀତ ଓ ବିଜ୍ଞାପନ ମାଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ଘରେ ରଖିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଏହାସହିତ ସାମଜିକ ଦୂରତ୍ୱ ରଖିବାକୁ ମଧ୍ୟ କୁହାଯାଉଛି।

ତେବେ କରୋନା ନେଇ ବରଗଡ଼ ପୁଲିସ ପକ୍ଷରୁ ଗୀତରେ ଗୀତରେ ସଚେତନତା ବାର୍ତ୍ତା ଦିଆଯାଇଛି। ପ୍ରଥମେ ଅତିରିକ୍ତି ଏସ୍‌ପି ଅମରେନ୍ଦ୍ର ରଣା  କରୋନା ସମ୍ପର୍କରେ ସଚେତନତା ଗୀତକୁ ଉପଦେଶ ମାଧ୍ୟମରେ ମାନି ଗ୍ରହଣ କରିବାକୁ ନିବେଦନ କରିଛନ୍ତି। ଏହାପରେ ହିନ୍ଦୀ ଏବଂ ସମ୍ୱଲପୁରୀ ଭାଷାର ଦୁଇଟି ଗୀତକୁ ଟ୍ରାଫିକ କନଷ୍ଟେବଳ ବୃନ୍ଦାବତୀ ସାହୁ ଗାଇଛନ୍ତି।

ଏହି ଗୀତକୁ ବରଗଡ଼ ସହରରେ ଥିବା ଆର.ଆର୍‌ ଷ୍ଟୁଡ଼ିଓଠାରେ ରେକଡିଂ କରାଯାଇଥିଲା। ଏହି ଗୀତ ଦ୍ୱୟ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି। ଏଥିସହ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।



from Odisha Reporter https://ift.tt/3dOS8wk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages