ୱାଶିଂଟନ: ବିଶ୍ୱରେ ପ୍ରଳୟ ସୃଷ୍ଟି କରିଥିବା କରୋନା ଭାଇରସ ଏବେ ଛୋଟଛୋଟ ପିଲାମାନଙ୍କ ଜୀବନ ନେବା ମଧ୍ୟ ଆରମ୍ଭ କଲାଣି। ପ୍ରଥମଥର ପାଇଁ ବିଶ୍ୱରେ ଜଣେ ୬ ସପ୍ତାହ ବା ଦେଢ଼ ମାସର ଶିଶୁ କରୋନା ଯୋଗୁ ଆମେରିକାରେ ପ୍ରାଣ ହରାଇଛି। ଏତେ କମ ବୟସରେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ଘଟଣା ସମସ୍ତଙ୍କୁ ଆତଙ୍କିତ କରିଛି।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ସପ୍ତାହରେ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତା’ର ଥଣ୍ଡା ଓ କାଶ ଲାଗି ରହିଥିଲା। ଡାକ୍ତରମାନେ ପରୀକ୍ଷା କରି ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଥିଲେ।
ଏହାପରେ ତା’ର ସ୍ୱତନ୍ତ୍ର ଚିକିତ୍ସା ଆରମ୍ଭ କରାଯାଇଥିଲା। ହେଲେ ବୁଧବାର ଶିଶୁଟି ପ୍ରାଣ ହରାଇଛି। ଗତ ସପ୍ତାହରେ ଜଣେ ୯ ମାସର ଶିଶୁର ଶରୀରରେ ମଧ୍ୟ କରୋନା ଭୂତାଣୁ ଠାବ ହୋଇଥିଲା।
ବ୍ରିଟେନରେ ଜଣେ ୧୩ ବର୍ଷୀୟ ଓ ୧୯ ବର୍ଷୀୟଙ୍କ ଜୀବନ କରୋନା ଯୋଗୁ ଯାଇଥିଲା। ସେହିପରି ଜର୍ମାନୀରେ ବି ଜଣେ ୧୨ ବର୍ଷୀୟ ନାବାଳିକା କରୋନା ପଞ୍ଝାରେ ପଡ଼ି ପ୍ରାଣ ହରାଇଥିଲେ।
from Odisha Reporter https://ift.tt/3bKg2Y5
No comments:
Post a Comment