ଆରମ୍ଭ ହେଲା କିମ୍ ଜଙ୍ଗଙ୍କ ଉତ୍ତରାଧିକାରୀ ଖୋଜା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 30, 2020

ଆରମ୍ଭ ହେଲା କିମ୍ ଜଙ୍ଗଙ୍କ ଉତ୍ତରାଧିକାରୀ ଖୋଜା!

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦ ଶାସକ ତଥା ତାନଶାହ କିମ୍ ଜଙ୍ଗ ଉନଙ୍କ ମୃତ୍ୟୁ ହୋଇନଥିବା ଦକ୍ଷିଣ କୋରିଆ ଏବଂ ଅନ୍ୟାନ୍ୟ ଦେଶ ସ୍ପଷ୍ଟ କରିଛନ୍ତି। ହେଲେ ଏବେ ସେ ଗୁରୁତର ଥିବା କଥାକୁ କେହି ଅସ୍ୱୀକାର କରି ନାହାନ୍ତି। ତେଣୁ ଏବେ କିମଙ୍କ ଉତ୍ତରାଧିକାରୀ ଖୋଜିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ। ଉତ୍ତର କୋରିଆର ପଡ଼ୋଶୀ ତାଇଓ୍ୱାନର ଗୁଇନ୍ଦା ଏହି ସୂଚନା ଦେଇଛି।

କିମ ଜଙ୍ଗ ଉନଙ୍କର ମୃତ୍ୟୁ ହୋଇଥିବା ନେଇ ଅନେକ ରିପୋର୍ଟ ଆସିଥିଲା। ହେଲେ ଦକ୍ଷିଣ କୋରିଆ ସମେତ ଅନ୍ୟାନ୍ୟ ଦେଶ ଏହି ଖବରକୁ ଖଣ୍ଡନ କରିଥିଲେ। କିମ୍ ଅସୁସ୍ଥ ଥିବା ଦର୍ଶାଇଥିଲେ। ଉତ୍ତର କୋରିଆ କିନ୍ତୁ ଏ ବାବଦରେ ନିରବତା ଅବଲମ୍ୱନ କରିଛି। ଯାହାକି କିମଙ୍କ ସ୍ୱାସ୍ଥ୍ୟାବସ୍ଥା ଚର୍ଚ୍ଚାକୁ ଜୀବିତ ରଖିଛି।

ତାଇୱାନର ଜାତୀୟ ସୁରକ୍ଷା ବ୍ୟୁରୋର ନିର୍ଦ୍ଦେଶକ ଚିୟୁ କିଓ-ଚେଙ୍ଗ କହିଛନ୍ତି। କିମ ଜଙ୍ଗ ଉନ୍ ଅସୁସ୍ଥ ଅଛନ୍ତି। ଯେଉଁ ଉତ୍ତର କୋରିଆ ବ୍ୟକ୍ତି ଏହି ସୂଚନା ଦେଇଛନ୍ତି ତାଙ୍କର ସୁରକ୍ଷା ପାଇଁ ସେ ଆଉ ଅଧିକ ସୂଚନା ଦେବେ ନାହିଁ।

ଅନ୍ୟପକ୍ଷରେ, କିମଙ୍କ ଡେପୁଟି ହୁ ମୁ ୟୁଆନ୍ କହିଛନ୍ତି, କିମଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ କୌଣସି ଗୁଇନ୍ଦା କହିପାରିବ ନାହିଁ। ଏବେ ବି କିମ ଉତ୍ତର କୋରିଆର ପ୍ରତିରକ୍ଷା ଏବଂ ସରକାର ପ୍ରମୁଖ ରହିଛନ୍ତି। ତେବେ ଉତ୍ତର କୋରିଆରେ ନୂତନ ନେତୃତ୍ୱ ପାଇଁ ଜରୁରୀକାଳୀନ ପ୍ରସ୍ତୁତି ଚାଲିଥିବା ତାଇଓ୍ୱାନରେ ପ୍ରକାଶିତ ଏକ ଖବରରେ କୁହାଯାଉଛି।

ଏବେ କିମଙ୍କ ଉତ୍ତରାଧିକାରୀ ଭାବରେ ତାଙ୍କ ଭଉଣୀ କିମ ୟୋ ଜଙ୍ଗ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏପ୍ରିଲ 11ରେ କିମ୍ ତାଙ୍କ ଭଉଣୀଙ୍କୁ ଓ୍ୱାର୍କର ପାର୍ଟି ଅଫ୍ କୋରିଆର ଗୁରୁ ଦାୟିତ୍ୱ ଦେଇଛନ୍ତି। ସେହିପରି 2011ରୁ କିମ୍ ଉତ୍ତର କୋରିଆର ଶାସକ ହେବା ପରେ ତାଙ୍କ ଉଭଣୀ ସବୁବେଳେ ତାଙ୍କ ପାଖରେ ରୁହନ୍ତି। ସିଙ୍ଗାପୋରରେ ଟ୍ରମ୍ପ ଏବଂ କିମଙ୍କ ଭେଟଘାଟ ବେଳେ ମଧ୍ୟ ୟୋ ଜଙ୍ଗ ଉପସ୍ଥିତ ଥିଲେ। ଏମିତିକି କିମ୍ ଉନ ଜଙ୍ଗଙ୍କୁ ଦେଖାକରିବାକୁ ହେଲେ ତାଙ୍କ ଭଉଣୀ ହିଁ ଅନୁମତି ନେବାକୁ ପଡ଼ିଥାଏ। ଉତ୍ତର କୋରିଆର ପ୍ରତିଷ୍ଠାତା କିମ୍ ଉନ୍ ଜଙ୍ଗଙ୍କ ଜେଜେ ବାପା କିମ୍ ସୁଙ୍ଗ। ଏଠାରେ ଏକଛତ୍ରବାଦ ସରକାର ରହିଛି। ତେଣୁ କିମ୍ ୟୋ ଜଙ୍ଗ ଉତ୍ତର କୋରିଆରେ ଆଗାମୀ ଶୀର୍ଷ ନେତା ହୋଇପାରନ୍ତି।

ସେହିପରି ଆଉ ଏକ ରିପୋର୍ଟ ଆସିଛି ଯେଉଁଥିରେ ଉଲ୍ଲେଖ ରହିଛି, କିମ୍ ଜଙ୍ଗଙ୍କ ମୃତ୍ୟୁ ପରେ ତାଙ୍କ କାକା କିମ୍ ପ୍ୟୋଙ୍ଗ ଇଲ୍ ଦେଶର ଶୀର୍ଷ ନେତା ହୋଇପାରନ୍ତି। କିମଙ୍କ ବାପାଙ୍କ ସାନ ଭାଇ ହେଉଛନ୍ତି ପ୍ୟୋଙ୍ଗ ଇଲ୍। ଏବେ ତାଙ୍କର ବୟସ 65। ତେବେ କିମ୍ ଜଙ୍ଗଙ୍କର ତାଙ୍କର କାକା ସହିତ ସମ୍ପର୍କ ଖରାପ ରହିଛି। ଗତ ନଭେମ୍ୱରରୁ କିମ୍ ତାଙ୍କ କାକାଙ୍କୁ ରାଜଧାନୀ ପ୍ୟୋଙ୍ଗୟୋଙ୍ଗରେ ଗୃହବନ୍ଦୀ କରି ରଖିଛନ୍ତି। ବିଶ୍ୱରେ ଉତ୍ତର କୋରିଆର ଛବି ପରମାଣୁ ବୋମାକୁ ନେଇ ଖରାପ ରହିଥିବାରୁ ପ୍ୟୋଙ୍ଗ ଇଲ୍ କ୍ଷମତା ଅକ୍ତିଆର କରିପାରନ୍ତି। ହେଲେ ତାଙ୍କ ପାଇଁ ମଧ୍ୟ କଣ୍ଟା ସାଜିପାରନ୍ତି ତାଙ୍କ ଝିଆରି ତଥା କିମଙ୍କ ଭଉଣୀ ୟୋ ଜଙ୍ଗ୍।



from Odisha Reporter https://ift.tt/3d5wdQA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages