୧୪୩ ନଂ ଆକ୍ରାନ୍ତଙ୍କର ରହିଛି କୋଲକତା ଲିଙ୍କ; ନ ଥିଲା ଲକ୍ଷଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 30, 2020

୧୪୩ ନଂ ଆକ୍ରାନ୍ତଙ୍କର ରହିଛି କୋଲକତା ଲିଙ୍କ; ନ ଥିଲା ଲକ୍ଷଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ କରୋନା ଆକ୍ରାନ୍ତ‌ଙ୍କ ସଂଖ୍ୟା ୧୪୩ରେ ପହଞ୍ଚିଥିବା ବେଳେ ନୂଆ ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ବାଲେଶ୍ୱର ଜିଲ୍ଲାରେ  ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି।

ଏହି ନୂଆ ଆକ୍ରାନ୍ତଜଣକ ୫୮ ବର୍ଷୀୟ ପୁରୁଷ ଏବଂ ସେ କୋଲକତା ଫେରନ୍ତା ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ହେଲେ ତାଙ୍କର କୌଣସି କରୋନା ଲକ୍ଷଣ ନଥିଲା । ତେବେ ସେ କେଉଁ କେଉଁ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି  ।

ଅପରପକ୍ଷେ ଗତକାଲି ଗୋଟିଏ ଦିନରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।  ସେମାନେ ସମସ୍ତେ ଯାଜପୁର କଟିକଟା ଅଞ୍ଚଳର ହୋଇଥିବା ବେଳେ ସମସ୍ତଙ୍କର କୋଲକତା ଲିଙ୍କ୍‌ ଥିବା ଜଣାପଡ଼ିଥିଲା। ଏବେ କୋଲକତା ଫେରନ୍ତା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି। ସେମାନେ ସୁସ୍ଥ ଅନୁଭବ କରୁଥିଲେ ବି  କରୋନା ଦ୍ୱାରା ସଂକ୍ରମିତ ହୋଇଥାଇପାରନ୍ତି। ତେଣୁ  ନ ଲୁଚି ନମୁନା ପରୀକ୍ଷା ପାଇଁ ଆଗେଇ ଆସିବାକୁ ସରକାର ସେମାନଙ୍କୁ ଆହ୍ୱାନ ଜଣାଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଏଯାବତ୍ ୩୪ ହଜାର ୧୩୩ RT PCR ଟେଷ୍ଟ ହୋଇସାରିଛି। ସେଥିମଧ୍ୟରୁ ୧୪୩ଟି ପଜିଟିଭ୍ କେସ୍‌ ଆସିଥିବା ବେଳେ ୧୦୧ ଜଣଙ୍କ ଚିକିତ୍ସା ଚାଲିଛି ଓ ୪୧ ଜଣ ସୁସ୍ଥ ହୋଇସାରିଲେଣି। ଜଣଙ୍କର ମୃତ୍ୟୁ ହୋଇଛି।  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍‌ରେ ଏହି ସୂଚନା ଦିଆଯାଇଛି।



from Odisha Reporter https://ift.tt/2SnY3j2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages