‘ଲୋନ୍ ନେବି ପଛେ, କର୍ମଚାରୀଙ୍କ ବେତନ କାଟିବିନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 16, 2020

‘ଲୋନ୍ ନେବି ପଛେ, କର୍ମଚାରୀଙ୍କ ବେତନ କାଟିବିନି’

ମୁମ୍ବାଇ: ‘ବ୍ୟାଙ୍କରୁ ଲୋନ୍ ନେବି ପଛେ, ମୋ ପାଖରେ ରହି କାମ କରୁଥିବା କର୍ମଚାରୀଙ୍କ ବେତନ କାଟିବିନି କି ତାଙ୍କୁ ହଇରାଣ ହେବାକୁ ଦେବିନି।’ କିଛି ଏମିତି କହିଛନ୍ତି ବଲିଉଡ ଅଭିନେତା ଦୀପକ ଡୋବ୍ରିଆଲ୍।

‘ତନୁ ୱେଡ଼ସ ମନୁ’, ‘ଦବଙ୍ଗ-୨’ ଭଳି ଫିଲ୍ମରେ ଅଭିନୟ କରି ପ୍ରଶଂସା ସାଉଁଟିଥିବା ଏହି ଅଭିନେତା ଆହୁରି କହିଛନ୍ତି, “ଆମ ପାଖରେ ଟଙ୍କା ଥାଇ ଯଦି ଆମେ ଏତେ ସମସ୍ୟାର ସମ୍ମୁଖୀନ ହେଉଛୁ, ତେବେ ଗରିବ ଲୋକ କେତେ ସମସ୍ୟାର ସମ୍ମୁଖୀନ ହେଉ ନ ଥିବେ। ମୁ ବର୍ଷକୁ ଗୋଟେ ଫିଲ୍ମ କରୁଛି, ମୋ ଦ୍ୱାରା ଯେତିକି ସମ୍ଭବ ମୁଁ ସେତିକି ସାହାଯ୍ୟ କରିବି। ଅନ୍ୟ କଳାକାରଙ୍କ ତୁଳନାରେ ମୁଁ କମ କରୁଥାଇ ପାରେ। କିନ୍ତୁ ମୋର ଏତିକି ସାମର୍ଥ୍ୟ। ମୋ ପାଖେ ୬-୭ ଜଣ କର୍ମଚାରୀ କାମ କରୁଛନ୍ତି ଆଉ ମୁଁ ତାଙ୍କୁ ଏ ସମୟରେ ହଇରାଣ ହେବାକୁ ଦେବିନି। ମୁଁ ମୋ କର୍ମଚାରୀଙ୍କୁ ପ୍ରତିଜ୍ଞା ମଧ୍ୟ କରିଛି ଯେ, ସେମାନେ ତାଙ୍କ ବେତନ ପାଇଁ ନିଶ୍ଚିତ ରୁହନ୍ତୁ।”

ଦୀପକ ଏବେ ଉତ୍ତରାଖଣ୍ଡରେ ଅଛନ୍ତି। ଏକ ଫିଲ୍ମର ଶୁଟିଂ ପାଇଁ ଆସିଥିବା ବେଳେ ଲକଡାଉନ ଲାଗିି ସେ ଏଠାରେ ଅଟକି ଯାଇଛନ୍ତି। ଏ ସମୟରେ ସେ ତାଙ୍କ ଘର ଲୋକଙ୍କୁ ମିସ୍ କରୁଛନ୍ତି ବୋଲି କହିବା ସହ ସମସ୍ତଙ୍କୁ ଘରେ ସୁରକ୍ଷିତ ରହିବାକୁ ଅପିଲ୍ କରିଛନ୍ତି।

ଏହାସହ ଦୀପକ ତାଙ୍କ ସମସ୍ତ ସୋଶାଲ ମିଡିଆ ଆକାଉଣ୍ଟ ଡିଲିଟ୍ କରିଦେଇଛନ୍ତି। ତେବେ ସେ କେବଳ ତାଙ୍କ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲ୍ ରଖିଛନ୍ତି, ଯେଉଁଥିରେ ସେ କେବଳ ସକାରାତ୍ମକ ଚିନ୍ତା ସୃଷ୍ଟି କରିବା ଭଳି ଫଟୋ ଶେୟାର କରୁଛନ୍ତି ଏକ ସାକ୍ଷାତକାରରେ କହିଛନ୍ତି।



from Odisha Reporter https://ift.tt/3betzr8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages