କରୋନା: ଆମେରିକାରେ ୨୪ ଘଣ୍ଟାରେ ୧୪୮୦ ଜଣଙ୍କର ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 3, 2020

କରୋନା: ଆମେରିକାରେ ୨୪ ଘଣ୍ଟାରେ ୧୪୮୦ ଜଣଙ୍କର ମୃତ୍ୟୁ

ଓ୍ୱାଶିଂଟନ: ଆମେରିକାରେ ଗୋଟିଏ ଦିନରେ କରୋନା ଭାଇରସରେ ୧,୪୮୦ ଜଣଙ୍କର ମୃତ୍ୟୁ ହୋଇଛି। ବିଶ୍ୱର କୌଣସି ଦେଶରେ ଗୋଟିଏ ଦିନରେ ମୃତ୍ୟ ଘଟିଥିବା ସଂଖ୍ୟା ତୁଳନାରେ ଏହା ସର୍ବାଧିକ ବୋଲି କୁହାଯାଉଛି। ଏହାର ଗୋଟିଏ ଦିନ ପୂର୍ବରୁ ଆମେରିକାରେ ଗୋଟିଏ ଦିନରେ ୧,୧୬୯ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିଲା। ଜନ ହାଫକିନ୍ସ ବିଶ୍ୱବିଦ୍ୟାଳୟର ଟ୍ରାକର ରିପୋର୍ଟ ଅନୁଯାୟୀ ଗୁରୁବାର ରାତି ୮ଟା ୩୦ରୁ ଶୁକ୍ରବାର ରାତି ୮ଟା ୩୦ ମଧ୍ୟରେ ଏହି ୧,୪୮୦ ଜଣଙ୍କର ମୃତ୍ୟୁ ଘଟିଛି। ଏଯାବତ ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭ ହଜାର ଟପିଛି। ନ୍ୟୁୟର୍କରେ ସର୍ବାଧିକ ୩ ହଜାର ଲୋକଙ୍କର ମୃତ୍ୟୁ ହୋଇଛି।

ଅନ୍ୟପଟେ ନ୍ୟୁୟର୍କର ନର୍ସ ମାନେ ଧାରଣାକୁ ଓହ୍ଲାଇଥିବା ଜଣାପଡ଼ିଛି। ଉଚ୍ଚ ଗୁଣବତ୍ତାj ସହିତ ଚିକିତ୍ସା ପାଇଁ ଆବଶ୍ୟକ ସ୍ୱାସ୍ଥ୍ୟ ଉପକରଣ ସେମାନଙ୍କୁ ଯୋଗାଇ ଦିଆଯାଉନଥିବା ଅଭିଯୋଗ କରିଛନ୍ତି। ନ୍ୟୁୟର୍କ ପରେ କାଲିଫର୍ଣିଆ ସହରର ନର୍ସ ମାନେ ଆନ୍ଦୋଳନକୁ ଓହ୍ଲାଇଥିବା ଜଣାପଡ଼ିଛି। ବିଭିନ୍ନ ସ୍ଥାନରେ ପ୍ଲାକାର୍ଡ ଧରି ନର୍ସମାନେ ଆନ୍ଦୋଳନ କରୁଥିବା ସୂଚନା ରହିଛି। ଯଦି ସରକାର ଉଚ୍ଚ ଗୁଣବତ୍ତାର ସ୍ୱାସ୍ଥ୍ୟ ଉପକରଣ ନଯୋଗାଇବେ ତାହେଲେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଆନ୍ଦୋଳନରତ ନର୍ସମାନେ କହିଛନ୍ତି।

ସୂଚନାଯୋଗ୍ୟ, ଆମେରିକାରେ ଏଯାବତ ୭,୪୦୨ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ୨୭୭,୪୬୭ ଜଣ ଆକ୍ରାନ୍ତ ହୋଇଛନ୍ତି। ୧୨,୨୮୩ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ ୨୫୭,୭୮୨ ଜଣ ଚିକିତ୍ସାଧୀନ ରହିଛନ୍ତି।

ଅନ୍ୟପକ୍ଷରେ ସାରା ବିଶ୍ୱରେ ମୋଟ୍ ୧,୦୯୮,୪୩୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫୯,୧୬୦ ଜଣଙ୍କର ମୃତ୍ୟୁ ହୋଇଛି। ୨୨୮,୯୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।



from Odisha Reporter https://ift.tt/39C6Gfy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages