ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ ଡାଉନ୍ ସମୟରେ ଦେଶରେ ଚାଷ କାମ ଓ ବିହନ ବୁଣିବା ଯେପରି ବାଧାପ୍ରାପ୍ତ ନହୁଏ ତାହା ସୁନିଶ୍ଚିତ କରିବାକୁ ରାଜ୍ୟଗୁଡିକୁ ଚିଠି ଲେଖିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ l
କରୋନାକୁ ନେଇ ସାରା ଦେଶରେ ବର୍ତ୍ତମାନ ଲକ ଡାଉନ୍ ଜାରି ରହିଛି l ରାଜ୍ୟଗୁଡିକ ଏପରି ସ୍ଥିତିରୁ କୃଷି କାର୍ଯ୍ୟକୁ ବାଦ ଦେବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି l
ଏଥିରେ ଚାଷୀ ଏବଂ ଚାଷ କାମ ଯେପରିକି, ବିହନ ବୁଣିବା, କୃଷି ଯନ୍ତ୍ରାଂଶ ପରିବହନ, ଚାଷକାମରେ ନିୟୋଜିତ ଶ୍ରମିକଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକୁ ବାଦ ଦେବାକୁ କୁହାଯାଇଛି l
ସାମାଜିକ ଦୂରତ୍ୱ ବଜାୟ ରଖି କୃଷି ଏବଂ ଅନ୍ୟାନ୍ୟ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିବାକୁ ପରାମର୍ଶ ଦିଆଯାଇଛିl ଆଡଭାଇଜରିକୁ ଗୁରୁତର ସହ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ଗୃହ ସଚିବ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖିଛନ୍ତି।
from Odisha Reporter https://ift.tt/2UHiitn
No comments:
Post a Comment