ଏପ୍ରିଲ ୧୪ରେ ସରିବ, ମେ ୧୫ରେ ଫେରିପାରେ ଲକ୍‌ ଡାଉନ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 6, 2020

ଏପ୍ରିଲ ୧୪ରେ ସରିବ, ମେ ୧୫ରେ ଫେରିପାରେ ଲକ୍‌ ଡାଉନ୍‌!

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଅନ୍ୟପଟେ ଏପ୍ରିଲ ୧୪ରେ ପ୍ରଥମ ୨୧ ଦିନିଆ ଲକଡାଉନ୍ ଅବଧି ଶେଷ ହେଉଛି। ସୂଚନା ଅନୁସାରେ ସରକାର ସର୍ତ୍ତମୂଳକ ଭାବେ ପ୍ରଥମ ଦଫା ତାଲାବନ୍ଦ ଉଠେଇଦେବେ। କିନ୍ତୁ ମେ ୧୫ ତାରିଖରୁ ଦ୍ୱିତୀୟ ଥର ତାଲାବନ୍ଦ ଘୋଷଣା କରିପାରନ୍ତି। ଏ ନେଇ ସରକାରଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ହେଲେ ଦେଶର ପ୍ରମୁଖ ଗଣମାଧ୍ୟମରେ ଏ ନେଇ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି। ଏପ୍ରିଲ ୩ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱରେ ୧୬ ଜଣିଆ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା। ଯେଉଁଥିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ। ନିକଟରେ ମଧ୍ୟ ଲକଡାଉନ୍ ବୃଦ୍ଧି ହୋଇପାରେ ବୋଲି ସୋଶାଲ ମିଡିଆରେ ଖବର ବୁଲିଥିଲା। ଏହାପରେ କେନ୍ଦ୍ର କ୍ୟାବିନେଟ ସଚିବ ଏହି ଖବରକୁ ଖଣ୍ଡନ କରିଥିଲେ। ଲକଡାଉନ୍ ବୃଦ୍ଧି ନେଇ କୌଣସି ଚିନ୍ତା କରାଯାଇନଥିବା ଗତ ସପ୍ତାହରେ କହିଥିଲେ।

ଆମେରିକା, ଇଟାଲୀ, ଫ୍ରାନ୍ସ ଏବଂ ସ୍ପେନ ଭଳି ଦେଶ ଏହି ମହାମାରୀକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ଯଦି ଦେଶରେ ସଂକ୍ରମଣ ବ୍ୟାପିବ ତାହେଲେ ନିୟନ୍ତ୍ରଣ କରିବା କଷ୍ଟକର ହୋଇଯିବ। କାରଣ ଦେଶରେ ଏହି ମହାମାରୀ ସହିତ ଲଢ଼ିବା ପାଇଁ ୪୦ ପ୍ରତିଶତ କ୍ରିଟିକାଲ କେୟାର ଇକ୍ୟୁପମେଣ୍ଟର ଆବଶ୍ୟକ ରହିଛି। ଅନ୍ୟପଟେ ରବିବାର ଦିନ ହିଁ ଦେଶରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଏପ୍ରିଲ ୧୪ରେ ଲକଡାଉନ୍ ଅବଧି ଶେଷ ହେଉଛି। ଏବେ ଲକଡାଉନ୍ ବେଳେ ଜରୁରୀ ସାମଗ୍ରୀ, ପରିବହନ ସେବା, ଡାକ୍ତର, ମିଡିଆ, ପୁଲିସ ଏବଂ ସଫେଇ କର୍ମଚାରୀଙ୍କ ଉପରେ କଟକଣା ନାହିଁ। ଆଗାମୀ ଦିନରେ ଆଉ କିଛି ସେବା କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ ଯୋଗାଇବାକୁ କେନ୍ଦ୍ର ସରକାର ଅନୁମତି ଦେଇପାରନ୍ତି।

ଉଦାହରଣ ସ୍ୱରୂପ ସପିଂ ମଲ୍ ଖୋଲା ରହିବ। ଏହି ସମୟରେ କେବଳ ଜରୁରୀ ସାମଗ୍ରୀ ହିଁ ମଲ କର୍ତ୍ତୃପକ୍ଷ ବିକ୍ରି କରିବା ନେଇ ନିୟମ ରହିବ ବୋଲି ଆକଳନ କରାଯାଉଛି। ବିମାନ ସେବା ଆରମ୍ଭ ହୋଇପାରେ କିନ୍ତୁ ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ। ଏଥିସହ ଆନ୍ତଃରାଜ୍ୟ ବିମାନ ସେବା ପାଇଁ ମଧ୍ୟ ଗାଇଡ୍ ଲାଇନ୍ ଜାରି ହୋଇପାରେ। ଏହି ସବୁ ପ୍ରସଙ୍ଗ ମନ୍ତ୍ରୀ ପରିଷଦରେ ଆଲୋଚନା ହୋଇଥିବା ସୂଚନା ରହିଛି। ଏ ବାବଦରେ ସରକାରଙ୍କ ତରଫରୁ କିଛି କୁହାଯାଇନି।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୪ ମଧ୍ୟରାତ୍ରୀରୁ କେନ୍ଦ୍ର ସରକାର ୨୧ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି। ଏପ୍ରିଲ ୧୪ରେ ପ୍ରଥମ ୨୧ ଦିନିଆ ଲକଡାଉନ୍ ଅବଧି ଶେଷ ହେଉଛି।



from Odisha Reporter https://ift.tt/39NHnqQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages