ଧର୍ମଗଡ଼ (ଇଙ୍ଗିତ୍ ପଣ୍ଡା): କଳାହାଣ୍ଡି ଜିଲ୍ଲାରେ ଗତକାଲି ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଲିସ୍ ବିପୁଳ ପରିମାଣର ମଦ ଜବତ କରିଛି। ଏହି ଘଟଣାରେ ପୁଲିସ୍ ଛଅ ଜଣଙ୍କୁ ଗିରଫ କରିଛି।
ଲକ୍ଡାଉନ୍ ସମୟରେ ନବରଙ୍ଗପୁରରୁ କଳାହାଣ୍ଡିକୁ ଚୋରା ମଦ ଚାଲାଣ ହେଉଥିବା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଏହାପରେ ଗତକାଲି ଜୟପାଟଣା , ଜୁନାଗଡ଼ ଓ ଆମପାଣି ଥାନା ଅଧିନରେ ଥିବା ବିଭିନ୍ନ ଗାଁରେ ଚଢ଼ଉ କରି ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ କରିଥିଲା।
from Odisha Reporter https://ift.tt/2Xd5EUA
No comments:
Post a Comment