ଭାରତରେ ଫସି ରହିଥିଲେ, ସ୍ୱଦେଶ ଫେରିବା ପରେ ମୋଦିଙ୍କୁ ଜଣାଇଲେ ଧନ୍ୟବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 28, 2020

ଭାରତରେ ଫସି ରହିଥିଲେ, ସ୍ୱଦେଶ ଫେରିବା ପରେ ମୋଦିଙ୍କୁ ଜଣାଇଲେ ଧନ୍ୟବାଦ

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ଭାରତରେ ଲକଡାଉନ୍ ଜାରି ରହିଛି ଏବଂ ଏହି କାରଣରୁ ଆଇପିଏଲ୍ ଫ୍ରାଞ୍ଚାଇଜି ଟିମ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର କ୍ରିକେଟ୍ ଅପରେଶନ୍ ଡାଇରେକ୍ଟର ମାଇକ୍ ହେସନ୍ ଭାରତରେ ହିଁ ଫସି ରହିଥିଲେ। ଏଠାରେ ପ୍ରାୟ ମାସେ ଧରି ରହିବା ପରେ ମଙ୍ଗଳବାର ସେ ନିଜ ଦେଶ ନ୍ୟୁଜିଲ୍ୟାଣ୍ଡ ଫେରିଯାଇଛନ୍ତି। ନ୍ୟୁଜିଲ୍ୟାଣ୍ଡର ଏହି ପୂର୍ବତନ କ୍ରିକେଟର ମାଇକ୍ ଆଇପିଏଲର ୧୩ତମ ସଂସ୍କରଣ ପାଇଁ ଭାରତ ଆସିଥିଲେ, କିନ୍ତୁ କୋଭିଡ-୧୯ ମହାମାରୀ କାରଣରୁ ଦେଶବ୍ୟାପୀ ଲକଡାଉନ୍ ଏବଂ ବିମାନ ଚଳାଚଳ ବନ୍ଦ ଥିବାରୁ ନିଜ ଦେଶକୁ ଫେରିପାରି ନଥିଲେ।


ହେସନ୍ ମୁମ୍ବାଇ ଏୟାରପୋର୍ଟ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ବସ୍ ଯୋଗେ ଯାଇଥିଲେ। ଏୟାରପୋର୍ଟରେ ପହଞ୍ଚିବା ପରେ ସେ ବସରେ ଯାତ୍ରା କରିଥିବା ଅନୁଭୂତିକୁ ବଖାଣିଛନ୍ତି। ସେ ବସରେ ବାହ୍ୟ ଦୁନିଆକୁ ଦେଖି ଆତ୍ମହରା ହୋଇପଡ଼ିଥିଲେ। ଏପରିକି ନ୍ୟୁଜିଲ୍ୟାଣ୍ଡ୍ ପର୍ଯ୍ୟନ୍ତ ତାଙ୍କ ଫ୍ଲାଇଟ୍ ଯିବା ସମୟରେ ଫ୍ଲାଇ ଏୟାର ଏନ୍‌ଜେଡ୍‌ର କର୍ମଚାରୀଙ୍କ ବ୍ୟବହାରରେ ହେସନ୍ ବହୁତ ଖୁସି ହୋଇଛନ୍ତି। ଏହାବାଦ୍ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାରତରେ ଥିବା ନ୍ୟୁଜିଲ୍ୟାଣ୍ଡର ହାଇକମିଶନର, ନ୍ୟୁଜିଲ୍ୟାଣ୍ଡର ବିଦେଶ ମନ୍ତ୍ରଣାଳୟ ଏବଂ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡର୍ନଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି।

କରୋନାଭାଇରସକୁ ବ୍ୟାପିବାରୁ ରୋକିବା ପାଇଁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଗତ ମାସରୁ ନିଜ ନିଜର ଦେଶରେ ଲକଡାଉନ୍ ଘୋଷଣା କରିଥିଲେ। ଏଥିରେ ଯାତ୍ରା କଟକଣା ମଧ୍ୟ ସାମିଲ୍ ଥିଲା, ଯେଉଁଥିରେ ୪୫ ବର୍ଷୀୟ ହେସନ୍ ଏଠାରେ ଫସିଯାଇଥିଲେ। ଭାରତରେ ଏବେବି ଲକଡାଉନ୍ ଜାରି ଥିବା ବେଳେ ନ୍ୟୁଜିଲ୍ୟାଣ୍ଡରେ ମଙ୍ଗଳବାରଠାରୁ ସାମାନ୍ୟ କୋହଳ କରାଯାଇଛି।



from Odisha Reporter https://ift.tt/3eTy64q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages