କ୍ୱାରେଣ୍ଟିନ ପିରିୟଡ: ମୁଣ୍ଡ ପିଛା ଖାଇବା ଖର୍ଚ୍ଚ ଦିନକୁ ୧୨୦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 28, 2020

କ୍ୱାରେଣ୍ଟିନ ପିରିୟଡ: ମୁଣ୍ଡ ପିଛା ଖାଇବା ଖର୍ଚ୍ଚ ଦିନକୁ ୧୨୦

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ପରେ ଓଡ଼ିଶାକୁ ଫେରିବାକୁ ଥିବା ପ୍ରବାସୀଙ୍କ ଚିକିତ୍ସା ଓ କ୍ୱାରେଣ୍ଟିନରେ ରହିବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମେ ୩ରେ ଲକ୍‌ଡାଉନ୍‌ ଅବଧି ସରିବା ପରେ ବାହାରୁ ଫେରିବାକୁ ଥିବା ଲୋକଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟିନରେ ରଖାଯିବ।

କ୍ୱାରେଣ୍ଟିନରେ ରହିବା ବେଳେ ଜଣ ପିଛା ଖାଦ୍ୟ ବାବଦକୁ ୧୨୦ ଟଙ୍କା ଓ ଶିଶୁଙ୍କ ମୁଣ୍ଡ ପିଛା ୧୦୦ ଟଙ୍କା ଖର୍ଚ୍ଚ କରାଯିବ । ସେହିପରି ପର୍ସନାଲ ହାଇଜେନିକ କିଟ୍ ବାବଦରେ ୧୪ ଦିନକୁ ୩୦୦ ଟଙ୍କା ଦିଆଯିବ । ଏହି ଟଙ୍କାରେ ଟୁଥ ବ୍ରଶ, ପେଷ୍ଟ, ସାବୁନ, ତେଲ, ରେଜର ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିପାରିବେ। ଯେଉଁ କ୍ୱାରେଣ୍ଟିନ ସେଣ୍ଟରରେ ବେଡସିଟ୍‌ ନଥିବ, ସେଠାରେ ଗୋଟିଏ ବେଡ୍ ପାଇଁ ୨ଟି ବେଡସିଟ୍ ଓ ୨ଟି ତକିଆ ଖୋଳ କିଣାଯିବ।

ସେହିଭଳି କ୍ୱାରେଣ୍ଟିନ ସେଣ୍ଟରର ସାନିଟାଇଜେସନ ବାବଦରେ ଦିନକୁ ସର୍ବାଧିକ ୨ ହଜାର ଟଙ୍କା ଦିଆଯିବ। ଏହାଛଡ଼ା କ୍ୱାରେଣ୍ଟିନ ସେଣ୍ଟରରେ ପଡ଼ିବାକୁ ଥିବା ବେଡ କିଣାଯିବ ନ ହେଲେ ଭଡ଼ା ଅଣାଯିବ। ଏ ଖର୍ଚ୍ଚ ରାଜ୍ୟ ବିପର୍ଯ୍ୟୟ ରିଲିଫ ଫଣ୍ଡରୁ ଭରଣା କରାଯିବ । ତେବେ କ୍ୱାରେଣ୍ଟିନ ସେଣ୍ଟରର ପରିଚାଳନା ଓ ଖର୍ଚ୍ଚ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ନିୟମାବଳୀ ଅନୁଯାୟୀ ଏହି ଟଙ୍କା ଖର୍ଚ୍ଚ କରାଯିବ। ଗ୍ରାମ ପଞ୍ଚାୟତ ବା ପୌରପରିଷଦ ଦ୍ୱାରା କ୍ୱାରେଣ୍ଟିନ ସେଣ୍ଟର ପରିଚାଳନା କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।



from Odisha Reporter https://ift.tt/2zuYcKK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages