ବ୍ରହ୍ମପୁର(ଜଗନ୍ନାଥ ସାହୁ): କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଲକ୍ଡାଉନ୍ ହୋଇଛି। ତେଣୁ ଯାନବାହନ ଚଳାଚଳ ବନ୍ଦ ରହିଛି। ଫଳରେ ବହୁ ଲୋକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ତେବେ ଗାଁକୁ ଫେରିବାର କୌଣସି ବାଟ ନ ପାଇ ୭ ଜଣ ଶ୍ରମିକ ଚେନ୍ନାଇରୁ ୧୧୦୦ କିଲୋମିଟର ସାଇକେଲିଂ କରି ୮ ଦିନରେ ନିଜ ଗାଁକୁ ଫେରିଛନ୍ତି। ସେମାନେ ହେଲେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ସୋରଳ ଗାଁର ।
ଏହି ଶ୍ରମିକମାନେ ଚେନ୍ନାଇରେ ଦିନ ମଜୁରିଆ ଭାବେ କାମ କରୁଥିଲେ। ହେଲେ ଲକ୍ଡାଉନ୍ ଘୋଷଣା ହେବା ପରେ ସେମାନେ କିଛି କାମଧନ୍ଦା ପାଇ ନଥିଲେ। ଫଳରେ ନିଜ ଗାଁକୁ ଫେରି ଆସିବା ପାଇଁ ଚିନ୍ତା କରିଥିଲେ।
ଏହାପରେ ସେମାନେ ସାଇକେଲ ଯୋଗାଡ଼ କରି ୧୧୦୦ କିମି ସାଇକେଲିଂ କରି ଗତ ମଙ୍ଗଳବାର ସୋରଳ ଗାଁରେ ପହଞ୍ଚିଥିଲେ। ସମସ୍ତ ଶ୍ରମିକଙ୍କୁ ସୋରଳ ଗାଁର ମୁକ୍ତିଶ୍ୱର ବିଦ୍ୟାପୀଠରେ ହୋଇଥିବା କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଇଛି।
from Odisha Reporter https://ift.tt/2KotcOQ
No comments:
Post a Comment