ପାସ୍‌ ମାଗିବାରୁ ହୋମଗାର୍ଡଙ୍କୁ ବସଉଠ କରାଇବା ମହଙ୍ଗା ପଡ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 22, 2020

ପାସ୍‌ ମାଗିବାରୁ ହୋମଗାର୍ଡଙ୍କୁ ବସଉଠ କରାଇବା ମହଙ୍ଗା ପଡ଼ିଲା

ପାଟନା: ଲକଡାଉନ ବେଳେ କୃଷି ଅଧିକାରୀଙ୍କୁ ପାସ୍ ମାଗିବାକୁ ଜଣେ ହୋମଗାର୍ଡଙ୍କୁ ଏଏସଆଇ ସର୍ବସମ୍ମୁଖୀନରେ ବସଉଠ କରାଇଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ସଂପୃକ୍ତ ଏଏସ୍ଆଇକୁ ଚାକିରିରୁ ନିଲମ୍ବିତ କରାଯାଇଛି। ବିହାରର ଆରାରିଆ ଜିଲ୍ଲାରେ ଏହି ଘଟଣା ଘଟିଛି।

ପୁଲିସ ମହାନିର୍ଦ୍ଦେଶକ ଗୁପ୍ତେଶ୍ୱର ପାଣ୍ଡେ କହିଛନ୍ତି, ଏଏସ୍‌ଆଇ ଗୋବିନ୍ଦ ସିଂହଙ୍କୁ ନିଜର ଅମାନବୀୟ କାଣ୍ଡ ପାଇଁ ନିଲମ୍ବନ କରାଯାଇଛି। ହୋମଗାର୍ଡ ଜଣଙ୍କ ଗାଁ ଚୌକିଦାର ଭାବେ କାର୍ଯ୍ୟ କରୁଥିଲେ। ସୋମବାର ଦିନ ଜୋକିହାଟ ପୁଲିସ୍‌ ଷ୍ଟେସନ ଅଧୀନରେ ମୁତୟନ ଗଣେଶ ଲାଲ ଜିଲ୍ଲା କୃଷି ଅଧିକାରୀ ମନୋଜ କୁମାରଙ୍କ ଗାଡ଼ିକୁ ଅଟକାଇ ଦେଇଥିଲେ।

ମନୋଜଙ୍କ ପାଇଁ ଲକଡାଉନ ବେଳେ ଯିବା ଆସିବା କରିବା ପାଇଁ ବୈଧ ପାସ ନଥିବାରୁ ସେ ଗାଡ଼ିକୁ ଅଟକାଇ ଦେଇଥିଲେ। ଏହାକୁ ନେଇ ମନୋଜ କୁମାର ଗାଁ ଚୌକିଦାର ଗଣେଶଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହି ସମୟରେ ଏଏସଆଇ ଗୋବିନ୍ଦ ସେଠାରେ ପହଞ୍ଚି ମନୋଜଙ୍କ ସପକ୍ଷରେ ଯୁକ୍ତି କରିଥିଲେ।

ଏପରି କି ସର୍ବସମ୍ମୁଖରେ ଗଣେଶଙ୍କୁ ୫୦ ଥର ଉଠବସ ହେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହିପରି ରାଜ୍ୟ କୃଷି ବିଭାଗ ମଧ୍ୟ ଅଧିକାରୀ ମନୋଜ କୁମାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି।



from Odisha Reporter https://ift.tt/2VSlO3w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages