ରିପବ୍ଲିକ ଟିଭର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଓ ତାଙ୍କ ପତ୍ନୀଙ୍କୁ ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 22, 2020

ରିପବ୍ଲିକ ଟିଭର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଓ ତାଙ୍କ ପତ୍ନୀଙ୍କୁ ଆକ୍ରମଣ

ମୁମ୍ବାଇ: ଜାତୀୟ ଗଣମାଧ୍ୟମ ରିପବ୍ଲିକ ଟିଭର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଓ ତାଙ୍କ ପତ୍ନୀଙ୍କ ଉପରେ ଦୁଇ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବୁଧବାର ରାତିରେ ଅର୍ଣ୍ଣବ ଓ ତାଙ୍କ ପତ୍ନୀ ଷ୍ଟୁଡିଓରୁ ଫେରିବା ପରେ ରାତି ପ୍ରାୟ ୧ଟା ବେଳେ ବାଇକରେ ଦୁଇ ଜଣ ଯୁବକ ସେମାନଙ୍କ କାର ଉପରେ ଆକ୍ରମଣ କରିଥିଲେ।

ସୂତ୍ର ଅନୁଯାୟୀ, ଅର୍ଣ୍ଣବ ଓ ତାଙ୍କ ପତ୍ନୀ କାରରେ ଯାଉଥିବା ବେଳେ ଦୁଇ ଦୁର୍ବୃତ୍ତ ଏହାକୁ ଅଟକାଇବା ପାଇଁ ସେମାନଙ୍କ କାର ଆଗରେ ବାଇକଟିକୁ ରଖି ଦେଇଥିଲେ। ଏହାପରେ ସେମାନେ କାର ଉପରକୁ କାଳି ମାଡ଼ କରି ଖସି ଯିବାକୁ ଚେଷ୍ଟା କରୁଥିଲେ। ତେବେ ଏହି ଦୁଇ ଜଣଙ୍କୁ ଅର୍ଣ୍ଣବଙ୍କ ସୁରକ୍ଷାକର୍ମୀମାନେ ଧରି ନେଇଥିଲେ। ଘଟଣାଟି ତାଙ୍କ ଘରଠାରୁ ମାତ୍ର କିଛି ମିଟର ଦୂର କାନପାତରାଓ କଦମ ମାର୍ଗରେ ଘଟିଛି।

ଘଟଣା ସମ୍ପର୍କରେ ଖବର ପାଇ ଏନଏମ ଯୋଶୀ ମାର୍ଗ ପୁଲିସ ଷ୍ଟେସନର ଅଧିକାରୀମାନେ ସ୍ପଟରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ଅର୍ଣ୍ଣବ ମଧ୍ୟ ଏହି ଆକ୍ରମଣ ବିରୋଧରେ ପୁଲିସ୍‌ ଷ୍ଟେସନରେ ଏଫଆଇଆର ରୁଜୁ କରିଛନ୍ତି। ଏଫଆଇଆରରେ ସେ ଆକ୍ରମଣକାରୀଙ୍କୁ ଯୁବ କଂଗ୍ରେସର ସଦସ୍ୟ ବୋଲି କହିଛନ୍ତି।

ଘଟଣା ପାଇଁ ଅର୍ଣ୍ଣବ ଟ୍ୱିଟ କରି କଂଗ୍ରେସକୁ ଦାୟୀ କହିଛନ୍ତି। ଏଥିସହ ସେ ସୋନିଆ ଗାନ୍ଧିଙ୍କୁ କାପୁରୁଷ ବୋଲି କହି ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ସୋନିଆ ଗାନ୍ଧିଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ଦଳର ଲୋକ ମୋତେ ଆକ୍ରମଣ କରିଛନ୍ତି। ମୁଁ ଅଫିସରୁ ବାହାରିବା କ୍ଷଣି ଦୁଇ ଜଣ ବାଇକ ଆରୋହୀ ମୋ ପିଛା କରିଥିଲେ। ସେମାନେ ମୋ କାର ସହ ସମାନ ବେଗରେ ଗାଡ଼ି ଚଳାଉଥିଲେ। ଶେଷରେ ମୋ ଘରଠାରୁ କିଛି କିମି ଦୂରରେ ସେମାନେ ଗାଡ଼ିକୁ ପାର୍କ କରି ମୋତେ ଆକ୍ରମଣ କରିଥିଲେ। ତେବେ ସୌଭାଗ୍ୟବଶତଃ ମୁଁ ଅଳ୍ପକେ ବର୍ତ୍ତି ଯାଇଛି। ମୋର ଆଶା ଆକ୍ରମଣକାରୀ ଓ ସେମାନଙ୍କୁ ପଠାଇଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଅନ୍ୟପକ୍ଷରେ ମହାରାଷ୍ଟ୍ରର ପାଲଘର ଠାରେ ୩ ସାଧୁଙ୍କୁ ପଟିପିଟି ହତ୍ୟା କରିବା ଘଟଣା ପାଇଁ ଅର୍ଣ୍ଣବ କଂଗ୍ରେସକୁ ଦାୟୀ କରିଥିଲେ। ଏପରି କି ନିଜ ଟିଭି ଚ୍ୟାନେଲରେ ସେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧିଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ମଧ୍ୟ ପ୍ରୟୋଗ କରିଥିଲେ। ଏଥିପାଇଁ ଗତକାଲି କଂଗ୍ରେସ ପକ୍ଷରୁ ଅର୍ଣ୍ଣବଙ୍କ ନାଁରେ ଦୁଇଟି ଏଫଆଇଆର ରୁଜୁ କରାଯାଇଥିଲା।

ଅର୍ଣ୍ଣବ ଲାଇଭ ଟିଭ ଶୋ’ରେ ସାଧୁଙ୍କୁ ପଟିପିଟି ହତ୍ୟା କରାଯାଇଥିଲେ ହେଁ କାହିଁକି ସୋନିଆ ଚୁପ ରହିଛନ୍ତି, ତା’ ଉପରେ ପ୍ରଶ୍ନ କରିଥିଲେ। ଏଥିସହ ସେ କହିଥିଲେ ଯେ “ଯଦି ଜଣେ ମୌଲବୀ ଏବେ ହତ୍ୟାର ଶିକାର ହୋଇଥାଆନ୍ତେ, ତା’ହେଲେ କ’ଣ ଇଟାଲୀୱାଲି ସୋନିଆ ଗାନ୍ଧି ଚୁପ ରହିଥାଆନ୍ତେ?” ଏହାକୁ ନେଇ କଂଗ୍ରେସ ଆପତ୍ତି ଉଠାଇଥିଲା। ଏଥିସହ ଅର୍ଣ୍ଣବ ହିନ୍ଦୁ ଗୋଷ୍ଠୀଙ୍କୁ ଆଗକୁ ଆସି ଏହାର ଜବାବ ଦେବାକୁ ମଧ୍ୟ ନିଜ ଶୋ’ ଜରିଆରେ ନିବେଦନ କରିଥିଲେ।



from Odisha Reporter https://ift.tt/2RXoqw4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages