୬୮୧କୁ ବଢ଼ିଲା କରୋନା ମୃତ୍ୟୁସଂଖ୍ୟା, ଜଟିଳ ହେଉଛି ମହାରାଷ୍ଟ୍ର ଓ ଗୁଜରାଟ ସ୍ଥିତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 22, 2020

୬୮୧କୁ ବଢ଼ିଲା କରୋନା ମୃତ୍ୟୁସଂଖ୍ୟା, ଜଟିଳ ହେଉଛି ମହାରାଷ୍ଟ୍ର ଓ ଗୁଜରାଟ ସ୍ଥିତି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ ୧୨୭୩ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ୩୯ ଜଣଙ୍କ ମୃତ୍ୟୁ ଘଟିଛି। ସକାଳ ୮ଟା ସୁଦ୍ଧା କେନ୍ଦ୍ର ସରକାର ଦେଇଥିବା ତଥ୍ୟ ଅନୁଯାୟୀ, ଏବେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୮୧ରେ ପହଞ୍ଚି ଯାଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୨୧,୩୯୩ ରହିଛି। ଏମାନଙ୍କ ମଧ୍ୟରୁ ୪,୨୫୭ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟ ୧୬,୪୫୪ ଜଣ ଲୋକ ବିଭିନ୍ନ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି।

କରୋନା ଯୋଗୁ ମହାରାଷ୍ଟ୍ର ଓ ଗୁଜରାଟ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ମଙ୍ଗଳବାର କରୋନା ଦ୍ୱାରା ପ୍ରଭାବିତ ତାଲିକାର ୬ନଂ ସ୍ଥାନରେ ଥିବା ଗୁଜରାଟ ଏବେ ୨ନଂରେ ପହଞ୍ଚି ଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୨୭୩ ଜଣଙ୍କ ମଧ୍ୟରୁ ୫୨% ରୋଗୀ କେବଳ ମହାରାଷ୍ଟ୍ର ଓ ଗୁଜରାଟରେ ଠାବ ହୋଇଛନ୍ତି। ସେହିପରି ପ୍ରାଣ ହରାଇଥିବା ୩୯ ଜଣଙ୍କ ମଧ୍ୟରୁ ୧୮ ଜଣ ମହାରାଷ୍ଟ୍ରର ଓ ୧୩ ଜଣ ଗୁଜରାଟର।

୨୪ ଘଣ୍ଟା ମଧ୍ୟରେ ଗୁଜରାଟରେ ୨୨୯ଟି ନୂଆ ମାମଲା ଚିହ୍ନଟ ହୋଇଛି। ସେହିପରି ମହାରାଷ୍ଟ୍ରରେ ୪୩୧ ଜଣ କରୋନା ରୋଗୀ ଠାବ ହୋଇଛନ୍ତି। ମହାରାଷ୍ଟ୍ରରେ ଆକ୍ରାନ୍ତ ହୋଇଥିବା ମୋଟ ୬,୭୧୦ ଜଣଙ୍କ ମଧ୍ୟରୁ ୭୮୯ ଜଣ ଚିକିତ୍ସା ପରେ ଘରକୁ ଫେରିଥିବା ବେଳେ ୨୬୯ ଜଣ ପ୍ରାଣ ହରାଇଛନ୍ତି।

ଏହା ପଛକୁ ଗୁଜରାଟରେ ୨୪୦୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଠାରେ ୧୭୯ ଜଣ ସୁସ୍ଥ ହୋଇଥିବା ବେଳେ ୧୦୩ ଜଣ ପ୍ରାଣ ହରାଇଛନ୍ତି। ତୃତୀୟ ସ୍ଥାନରେ ଦିଲ୍ଲୀ ରହିଛି। ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୯୨ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଫଳରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୮ରେ ପହଞ୍ଚି ଯାଇଛି। ୭୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୮ ଜଣ ପ୍ରାଣ ହରାଇଛନ୍ତି।

ଦେଶରେ ଚିହ୍ନଟ ହୋଇଥିବା ୨୧,୩୯୩ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ଦିଲ୍ଲୀ, ମହାରାଷ୍ଟ୍ର ଓ ଗୁଜରାଟରେ ୪୮% ଲୋକ ରହିଛନ୍ତି। ଦିଲ୍ଲୀରେ ସର୍ବାଧିକ ୭୨୪ ଜଣ ସୁସ୍ଥ ହୋଇଥିବା ବେଳେ ଏହା ପଛକୁ ତାମିଲନାଡୁରେ ୬୬୨, ରାଜସ୍ଥାନରେ ୩୪୪ ଓ କେରଳରେ ୩୦୮ ଜଣ ଲୋକ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ଆନ୍ଧ୍ର ପ୍ରଦେଶରେ ୨୪, ଆସାମରେ ୧, ବିହାରରେ ୨, ହରିଆଣାରେ ୩, ହିମାଚଳରେ ୧, ଜମ୍ମୁ-କଶ୍ମୀରରେ ୫, ଝାରଖଣ୍ଡରେ ୩, କର୍ଣ୍ଣାଟକାରେ ୧୭, କେରଳରେ ୩, ମଧ୍ୟପ୍ରଦେଶରେ ୮୦, ମେଘାଳୟରେ ୧, ଓଡ଼ିଶାରେ ୧, ପଞ୍ଜାବରେ ୧୬, ରାଜସ୍ଥାନରେ ୨୭, ତାମିଲନାଡୁରେ ୧୮, ତେଲେଙ୍ଗାନାରେ ୨୩, ଉତ୍ତର ପ୍ରଦେଶରେ ୨୧ ଓ ପଶ୍ଚିମବଙ୍ଗରେ ୧୫ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି।



from Odisha Reporter https://ift.tt/3aw9VWv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages