୮୦% ଆକ୍ରାନ୍ତଙ୍କ ପାଖରେ କରୋନା ଲକ୍ଷଣ ନାହିଁ: ଉଦ୍ଧବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 26, 2020

୮୦% ଆକ୍ରାନ୍ତଙ୍କ ପାଖରେ କରୋନା ଲକ୍ଷଣ ନାହିଁ: ଉଦ୍ଧବ

ମୁମ୍ୱାଇ: ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରତିକ୍ରିୟା ରଖିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ମାମଲା ଏମିତି ରହିଛି ଯେଉଁମାନଙ୍କ ପାଖରେ କରୋନାର ଲକ୍ଷଣ ନାହିଁ। ବାକି ୨୦ ପ୍ରତିଶତଙ୍କ ମଧ୍ୟରୁ କିଛି ସାମାନ୍ୟ ଆକ୍ରାନ୍ତ ହୋଇଥିବାବେଳେ ଆଉ କିଛି ଗୁରୁତର ରହିଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କା ପାଖରେ କରୋନା ଲକ୍ଷଣ ରହିଛି ତା’ହେଲେ ସେମାନେ ଏହାକୁ ନ ଲୁଚାଇ ସ୍ପଷ୍ଟ କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି।

ସେହିପରି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଦୁଇ ପୁଲିସ କର୍ମୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ସରକାରଙ୍କ ନିୟମ ଅନୁଯାୟୀ ମୃତକଙ୍କ ପରିବାର ଲୋକଙ୍କୁ ସରକାର ସମସ୍ତ ପ୍ରକାର ସହଯୋଗ କରିବା ବୋଲି ଉଦ୍ଧବ ଠାକରେ କହିଛନ୍ତି।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ୭,୬୨୮ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧,୦୭୬ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ୩୨୩ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ୬,୨୨୯ ଜଣ ଚିକିତ୍ସାଧୀନ ରହିଛନ୍ତି।



from Odisha Reporter https://ift.tt/3eTMTvN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages