ଲକଡାଉନ୍: ସ୍କୁଲରେ ବିଶ୍ରାମ ନେଉଥିବା ବେଳେ ମହିଳାଙ୍କ ସହିତ ଦୁଷ୍କର୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 26, 2020

ଲକଡାଉନ୍: ସ୍କୁଲରେ ବିଶ୍ରାମ ନେଉଥିବା ବେଳେ ମହିଳାଙ୍କ ସହିତ ଦୁଷ୍କର୍ମ

ଜୟପୁର: ଲକଡାଉନ୍ ବେଳେ ଜଣେ ୪୦ ବର୍ଷୀୟ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ମହିଳା ଜଣଙ୍କ ଚାଲାଚାଲି ନିଜ ଘରକୁ ଯାଉଥିବା ବେଳେ ରାତିରେ ଏକ ସ୍କୁଲରେ ଅଟକି ଯାଇଥିଲେ। ହେଲେ ଏହି ସମୟରେ ତିନି ଜଣ ଯୁବକ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ରବିବାର ରାଜସ୍ଥାନର ଜୟପୁର ପୁଲିସ ସୂଚନା ଦେଇଛି।

ମହିଳା ଜଣଙ୍କ ଗୁରୁବାର ଶୁକ୍ରବାର ଥାନାରେ ଏତଲା ଦେଇଥିଲେ। ଏତଲାରେ ଦର୍ଶାଇଛନ୍ତି ଯେ ତାଙ୍କ ଘର ଜୟପୁର। ଲକଡାଉନ୍ ପାଇଁ ସେ ସଓ୍ୱଇ ମଧୋପୁରରେ ଅଟକି ଯାଇଥିଲେ। ଗୁରୁବାର ସେ ଚାଲିଚାଲି ଜୟପୁର ଅଭିମୁଖେ ବାହାରିଥିଲେ। ହେଲେ ଥକି ଯିବା ସହିତ ଅନ୍ଧାର ହୋଇଯିବାରୁ ବାଟରେ ଏକ ସ୍କୁଲରେ ଅଟକି ଯାଇଥିଲେ।

ପୁଲିସ ଏବେ ସ୍ପଷ୍ଟ କରିଛି ଯେ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା ତିନି ଜଣ ସ୍ଥାନୀୟ ବାସିନ୍ଦା।

ଡିଏସପି ପାର୍ଥ ଶର୍ମା କହିଛନ୍ତି, ଶୁକ୍ରବାର ମହିଳାଙ୍କ ଏତଲା ପରେ ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତିନି ଦୁଷ୍କର୍ମ ଅଭିଯୁକ୍ତ ହେଲେ ରିଷିକେଶ ମୀନା, ଲକ୍ଷଣ ରେଗାର ଏବଂ କମଲ ଖରଓ୍ୱଲ। ତିନି ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏବେ ସେମାନଙ୍କୁ ବିଚାର ବିଭାଗୀୟ ହେପାଜତକୁ ନିଆଯାଇଛି।



from Odisha Reporter https://ift.tt/3bEmqAH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages