କରୋନା: ଦେଶରେ ୨୪ ଘଣ୍ଟାରେ ୧୦୩୫ ଆକ୍ରାନ୍ତ, ୪୦ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 10, 2020

କରୋନା: ଦେଶରେ ୨୪ ଘଣ୍ଟାରେ ୧୦୩୫ ଆକ୍ରାନ୍ତ, ୪୦ ମୃତ

ନୂଆଦିଲ୍ଲୀ: ଘାତକ କରୋନା ଭାଇରସ ଯୋଗୁଁ ଦେଶରେ ୨୩୯ ଜଣଙ୍କର ଏଯାବତ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣଙ୍କ ଜୀବନ ଏହି ଭାଇରସ ନେଇଥିବାବେଳେ ୧୦୩୫ ଜଣ ଆକ୍ରାନ୍ତ ହୋଇଛନ୍ତି। ଦେଶରେ ମୋଟ୍ ୭,୪୪୭ ଜଣ ସଂକ୍ରମିତ ହୋଇଛନ୍ତି। ୬୫୬୫ ଜଣ ଚିକିତ୍ସାଧୀନ ଥିବାବେଳେ ୬୪୨ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବୋଲି ଶନିବାର ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ରିପୋର୍ଟ ଦେଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ମହାରାଷ୍ଟ୍ରର। ୧,୫୭୪ ଜଣ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି।

ମହାରାଷ୍ଟ୍ରରେ କରୋନା ସହିତ ଲଢ଼ିବା ପାଇଁ ଅଧିକ କୋଭିଡ-୧୯ ପରୀକ୍ଷା କରିବା ଆବଶ୍ୟକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ଏଥିପାଇଁ ଉଭୟ ସରକାରୀ ଏବଂ ଘରୋଇ ଲ୍ୟାବକୁ ଆବଶ୍ୟକ କିଟ୍ ଯୋଗାଇବା ଦରକାର ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।

ଅନ୍ୟପଟେ ବିଶ୍ୱର ୨୧୦ଟି ଦେଶରେ ୧,୬୯୯,୬୩୧ ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୦୨,୭୩୪ ରହିଛି। ସେହିପରି ହସ୍ପିଟାଲରୁ ଡିସଚାର୍ଜ ହୋଇଛି ୩୭୬,୩୨୭ ରହିଛି।



from Odisha Reporter https://ift.tt/2JXXfwI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages