‘IIFA’ ପାଇଁ ପ୍ରଦାନ ହୋଇଥିବା ଟଙ୍କାକୁ କରୋନା ମୁକାବିଲାରେ ବ୍ୟବହାର କରିବେ ମଧ୍ୟପ୍ରଦେଶ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 10, 2020

‘IIFA’ ପାଇଁ ପ୍ରଦାନ ହୋଇଥିବା ଟଙ୍କାକୁ କରୋନା ମୁକାବିଲାରେ ବ୍ୟବହାର କରିବେ ମଧ୍ୟପ୍ରଦେଶ ସରକାର

ନୂଆଦିଲ୍ଲୀ: କରୋନା ଭାଇରସ୍ ଯୁଦ୍ଧରେ ପ୍ରତ୍ୟେକ ରାଜ୍ୟ ସରକାର ଅତିରିକ୍ତ ପାଣ୍ଠି ଯୋଗାଡ଼ କରିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ମଧ୍ୟପ୍ରଦେଶ ସରକାର ମଧ୍ୟ ନିଜ ରାଜ୍ୟରେ କରୋନା ମୁକାବିଲା ପାଇଁ ପାଣ୍ଠି ଯୋଗାଡ଼ କରୁଛନ୍ତି। ମଧ୍ୟପ୍ରଦେଶ ସରକାର ରାଜ୍ୟରେ ହେବାକୁ ଥିବା International Indian Film Academy Awards (IIFA) ଶୋ’ ପାଇଁ ଦିଆଯାଇଥିବା ଟଙ୍କାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଟ୍ରାନ୍ସଫର କରିଦେଛନ୍ତି। ବର୍ତ୍ତମାନ ଏହି ଅର୍ଥକୁ ରାଜ୍ୟରେ କରୋନା ମୁକାବିଲାରେ ବ୍ୟବହାର କରାଯିବ।

ସୂଚନା ଅନୁଯାୟୀ, ‘IIFA’ କାର୍ଯ୍ୟକ୍ରମ ଚଳିତ ବର୍ଷ ମାର୍ଚ୍ଚ ମାସରେ ମଧ୍ୟପ୍ରଦେଶର ଇନ୍ଦୋରରେ ଅନୁଷ୍ଠିତ ହେବାର ଥିଲା। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ନେତୃତ୍ୱାଧୀନ ସରକାର IIFA ପାଇଁ ଏହି ଟଙ୍କା ପ୍ରଦାନ କରିଥିଲେ। ହେଲେ ବର୍ତ୍ତମାନର ଶିବରାଜ ସିଂହ ଚୌହାନଙ୍କ ସରକାର ଏହାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। କୁହାଯାଉଛି ଯେ ‘IIFA’ ଇଭେଣ୍ଟ ପାଇଁ ପ୍ରାୟ ୭୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏକ ଟ୍ୱିଟ୍ ଯୋଗେ ଏହି ସୂଚନା ଦିଆଯାଇଛି। ଟ୍ୱିଟରେ ଲେଖାଯାଇଛି, ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ରାଜ୍ୟରେ IIF ଆୟୋଜିତ ହେବାର ଥଲା। ତେବେ IIFA ରେ ଖର୍ଚ୍ଚ ହେବାକୁ ଥିବା ଅର୍ଥକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦିଆଗଲେ କରୋନା ମୁକାବିଲାରେ ବ୍ୟବହାର କରାଯାଇପାରିବ ଓ ଏଥିରୁ ବହୁ ସଂଖ୍ୟକ ଲୋକଙ୍କୁ ସାହାଯ୍ୟ କରାଯାଇପାରିବ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ମଧ୍ୟ ଶିବରାଜ ସିଂହ ଚୌହାନ ମଧ୍ୟପ୍ରଦେଶରେ ଆୟୋଜିତ ହେବାକୁ ଥିବା ଏହି ମେଗା ଇଭେଣ୍ଟକୁ ବିରୋଧ କରିଥିଲେ। ସେ କହିଥିଲେ ଯେ ରାଜ୍ୟରେ ଜନ କଲ୍ୟାଣ ଏବଂ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଟଙ୍କା ନାହିଁ, କିନ୍ତୁ ସରକାର IIFA ପାଇଁ ବ୍ୟସ୍ତ ଅଛନ୍ତି। ଏପରି ବିନାଶକାରୀ ସରକାରର କଳ୍ପନା ବି କେହି କରି ନ ଥିଲେ।

 

 



from Odisha Reporter https://ift.tt/2UXo8XL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages