ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍ଡାଉନ୍ରେ ଲକ୍ ହୋଇଯାଇଛି ଅନେକ ଖଟିଖିଆ ଓ ଦିନ ମଜୁରିଆଙ୍କ ଜୀବନ ଜୀବିକା। ଏଥିପାଇଁ ରାଜ୍ୟ ସରକାର ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରିଛନ୍ତି। ତା’ସହିତ ଅନେକ ଏନ୍ଜିଓ ସଂସ୍ଥା ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି।
ତେବେ ଭୁବନେଶ୍ୱର ସାଲିଆସାହିରେ CYSD ନାମକ ଏନ୍ଜିଓ ସଂସ୍ଥା ପକ୍ଷରୁ ରାସନ କାର୍ଡ ନଥିବା ପରିବାର, ଭିନ୍ନକ୍ଷମ ତଥା ନିରାଶ୍ରୟା ମହିଳାଙ୍କୁ ଗତକାଲି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। CYSD ଗତ ୧୪ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ ୧୭ ଶହ ପରିବାରକୁ ଏହି ଖାଦ୍ୟ ବଣ୍ଟନ କରାଯିବା ପାଇଁ ଯୋଜନା ରହିଛି।
ଏନେଇ ସିୱାଇଏସ୍ଡିର ଜଣେ ଅଧିକାରୀ କହିଛନ୍ତି,“ ପ୍ରତି ପରିବାରକୁ ଚାଉଳ ୧୦ କେଜି, ଅଟା ୫ କେଜି, ସୁଜି ୨ କେଜି, ଚିନି ୨ କେଜି, ଡାଲି ୩ କେଜି, ୨ ଲିଟର ତେଲ, ଚୁଡ଼ା, ବିସ୍କୁଟ, ଚା ପତି, ଫୁଟଣ, ଦିଆସିଲି ଇତ୍ୟାଦି ଦିଆଯାଇଛି। ଏଥିସହ ସାବୁନ, ମାସ୍କ, ଗ୍ଲୋବସ୍, ଓ ସାନିଟାଇଜର ମଧ୍ୟ ଦିଆଯାଇଛି।
ଏହି ସାମଗ୍ରୀ ଦ୍ୱାରା ଗୋଟିଏ ପରିବାର ୮ରୁ ୧୦ ଦିନ ଚଳି ପାରିବେ। ଯେଉଁମାନେ ସରକାରଙ୍କ ପିଡିଏସ୍ ସୁବିଧାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କ ସମ୍ପର୍କରେ ସର୍ଭେ କରି ଖାଦ୍ୟ ବଣ୍ଟନ କରାଯାଉଛି। ”
from Odisha Reporter https://ift.tt/3cqay59
No comments:
Post a Comment