ବିନା ଲକଡାଉନରେ କରୋନା ଯୁଦ୍ଧରେ ବିଜୟୀ ହେଲା ଚାଇନାର ପଡ଼ୋଶୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 18, 2020

ବିନା ଲକଡାଉନରେ କରୋନା ଯୁଦ୍ଧରେ ବିଜୟୀ ହେଲା ଚାଇନାର ପଡ଼ୋଶୀ

ହଙ୍ଗକଙ୍ଗ: କରୋନା ସଂକ୍ରମଣକୁ ରୋକିବା ପାଇଁ ଅନେକ ଦେଶ ଏବେ ଲକଡାଉନ୍ କରିବାକୁ ବାଧ୍ୟ ହେଉଛନ୍ତି। ଚାଇନାର ଉହାନରୁ ବ୍ୟାପିଥିବା ଏହି ଭାଇରସ ଏବେ ୨୧୦ ଦେଶକୁ ସଂକ୍ରମିତ ହୋଇଛି। ହେଲେ ଚାଇନାର ପଡ଼ୋଶୀ ହଂ କଂ ଲକଡାଉନ୍ ଭଳି ନିଷ୍ପତ୍ତି ନନେଇ କରୋନା ଯୁଦ୍ଧରେ ଏକ ପ୍ରକାର ବିଜୟୀ ହୋଇଛି। ଏଥିପାଇଁ ହଂ କଂ ରାପିଡ୍ କୋଭିଡ୍ ପରୀକ୍ଷା, ଏକାନ୍ତବାସ, ସାମାଜିକ ଦୂରତ୍ୱ ଆଦି ନିୟମକୁ ରାମବାଣ କରି ଏହି ବିଶ୍ୱବ୍ୟାପୀ ମହାମାରୀଠୁ ବିଜୟୀ ହୋଇଛି। ମାର୍ଚ୍ଚ ୩୧ ପରଠୁ ଏଯାବତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସେତେଟା ଦେଖିବାକୁ ମିଳିନାହିଁ। କହିବାକୁ ଗଲେ କାଁ ଭାଁ। ଏ ନେଇ ଲାନସେଟ ପବ୍ଲିକ ହେଲଥ ଜର୍ଣ୍ଣାଲରେ ଏକ ଗବେଷଣା ପ୍ରକାଶ ପାଇଛି।

ହଂ କଂର ସ୍ୱାସ୍ଥ୍ୟବିଭାଗ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶୀଘ୍ର କରାଇଥିଲା। ଚାଇନାର ଉହାନ, ପଶ୍ଚିମ ୟୁରୋପ ଦେଶଗୁଡ଼ିକରେ ଯେଉଁଭଳି ଲକଡାଉନ୍ କରାଯାଇଛି ହଂ କଂ ସେଭଳି ପଦକ୍ଷେପ ନେବା ପୂର୍ବରୁ କୋଭିଡ-୧୯ ସଂକ୍ରମଣର ମୁକାବିଲା ପ୍ରଭାବୀ ଢଙ୍ଗରେ କରିବାକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲା ବୋଲି ହଂ କଂ ବିଶ୍ୱବିଦ୍ୟାଳୟର ପ୍ରଫେସର ବେଞ୍ଜାମିନ୍ କାଉଲିଙ୍ଗ କହିଛନ୍ତି।

ଯଦି ସାଧାରଣ ଲୋକ ଆବଶ୍ୟକ ନିୟମ ନିଜ ଆଡ଼ୁ ମାନିବେ ତାହେଲେ ଏହି ମହାମାରୀକୁ ରୋକି ହେବ। ହଂ କଂ ସରକାରର ପଦକ୍ଷେପ ଅନ୍ୟ ଦେଶର ସରକାର ପାଇଁ ଉଦାହରଣ ବୋଲି ସେ କହିଛନ୍ତି।

ଗବେଷଣା ବାବଦରେ ସେ କହିଛନ୍ତି, ଏହି ଭାଇରସ ପ୍ରଭାବଶାଳୀ। ସଂକ୍ରମଣ ବହୁତ ଶୀଘ୍ର କରିଥାଏ। ପ୍ରତି ୮ ଜଣଙ୍କରେ ପ୍ରାୟ ଜଣେ ସଂକ୍ରମିତ ହେବାର ସମ୍ଭାବନା ଥାଏ। ଜାନୁଆରୀରେ ଚାଇନାରେ ଏହି ଭାଇରସ ଦୌରାତ୍ମ୍ୟ ଦେଖାଇବା ପରେ ହଙ୍ଗକଙ୍ଗ ଜାନୁଆରୀ ଶେଷ ବେଳକୁ ଏହି ମହାମାରୀକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଦେଇଥିଲା। ମାର୍ଚ୍ଚ ୩୧ ସୁଦ୍ଧା ହଂକଂରେ ୭୧୫ ଜଣ କରୋନାରେ ସଂକ୍ରମିତ ହୋଇଥିଲେ। ଯେଉଁଥିରେ ୯୪ଟି ଅସାମାଜିକ ସଂକ୍ରମଣ ଏବଂ ୪ ଜଣଙ୍କର ମୃତ୍ୟୁ ହୋଇଥିଲା।

ଗବେଷକ କହିଛନ୍ତି ହଂ କଂ ଯେଉଁଭଳି ଢଙ୍ଗରେ ଏହି ସଂକ୍ରମଣକୁ ରୋକିଲା ତାହା ଅନ୍ୟାନ୍ୟ ଦେଶରେ ମଧ୍ୟ ସମ୍ଭବ।



from Odisha Reporter https://ift.tt/3euCqH6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages