ଲକଡାଉନ ନିୟମକୁ ଦୁର୍ବଳ କରନି, ରାଜ୍ୟଗୁଡ଼ିକୁ ତାଗିଦ କଲା କେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 19, 2020

ଲକଡାଉନ ନିୟମକୁ ଦୁର୍ବଳ କରନି, ରାଜ୍ୟଗୁଡ଼ିକୁ ତାଗିଦ କଲା କେନ୍ଦ୍ର

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଜାରି ହୋଇଥିବା ଲକଡାଉନ ଗାଇଡଲାଇନକୁ ରାଜ୍ୟ ସରକାରମାନେ ନିଜ ଇଚ୍ଛା ଅନୁସାରେ ବଦଳାଇ ପାରିବେ ନାହିଁ। କେନ୍ଦ୍ର ଜାରି କରୁଥିବା ଗାଇଡଲାଇନକୁ ସମସ୍ତେ ପାଳନ କରିବାକୁ ବାଧ୍ୟ। କୌଣସି ରାଜ୍ୟ ଲକଡାଉନ ନିୟମକୁ ଦୁର୍ବଳ କରି ନିଜ ଇଚ୍ଛା ଅନୁସାରେ ସ୍ଥାନୀୟ ଅଞ୍ଚଳରେ କାମ କରିବାକୁ ଅନୁମତି ଦେଇ ପାରିବେ ନାହିଁ ବୋଲି ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ସବୁ ରାଜ୍ୟ ସରକାରମାନଙ୍କୁ ଅବଗତ କରାଇ ଦିଆଯାଇଛି।

ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲ୍ଲା ଲେଖିଥିବା ଚିଠିରେ କୁହାଯାଇଛି ଯେ କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନ ଅନୁସାରେ ଲକଡାଉନ ବେଳେ ବିଭିନ୍ନ କାର୍ଯ୍ୟକୁ ଅନୁମତି ମିଳିବ। କରୋନା ସଂକ୍ରମିତ ହୋଇ ନଥିବା ଅଞ୍ଚଳରେ ୨୦ ତାରିଖରୁ ଯେଉଁ ସବୁ କ୍ଷେତ୍ରକୁ ଖୋଲିବାକୁ କୁହାଯାଇଛି ସେସବୁ କାର୍ଯ୍ୟକ୍ଷମ ହେବ। ଏହାବାଦ ରାଜ୍ୟ ସରକାରମାନେ ନିଜ ଇଚ୍ଛାରେ କୌଣସି କାମକୁ ଆରମ୍ଭ କରିବା ପାଇଁ ଅନୁମତି ଦେଇ ପାରିବେ ନାହିଁ।

କିଛି ରାଜ୍ୟରେ ନିଜସ୍ୱ ଗାଇଡଲାଇନ ଜାରି କରି ବିଭିନ୍ନ କାମକୁ ଅନୁମତି ଦେବା ସହ କୋଭିଡ-୧୯ ଲକଡାଉନ ନିୟମକୁ କୋହଳ କରିବାକୁ ଚେଷ୍ଟା କରୁଥିବା ନଜରକୁ ଆସିଛି। ହେଲେ ଲକଡାଉନ ସମୟରେ କ’ଣ କୋହଳ ହେବ ସେ ବିଷୟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ହିଁ ଗାଇଡଲାଇନ ଜାରି କରିବେ।

ଏହାକୁ ସମସ୍ତ ରାଜ୍ୟ ମାନିବାକୁ ବାଧ୍ୟ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗାଇଡଲାଇନରେ କୋହଳ କରାଯାଇ ନଥିବା କ୍ଷେତ୍ରକୁ ରାଜ୍ୟମାନେ କାର୍ଯ୍ୟକ୍ଷମ କରିବାକୁ ଅନୁମତି ଦେଇପାରିବେ ନାହିଁ। ତେଣୁ ରାଜ୍ୟ ସରକାରମାନେ କଡ଼ାକଡ଼ି ଭାବେ ଏହି ନିୟମକୁ ପାଳନ କରନ୍ତୁ ବୋଲି ଚିଠିରେ ଲେଖାଯାଇଛି।

କେରଳ ସରକାର ଦୁଇଟି ଜୋନରେ ଲକଡାଉନ ନିୟମକୁ କୋହଳ କରିବା ସହ ଘରୋଇ ଗାଡ଼ି ଚଳାଚଳ କରିବାକୁ ଅନୁମତି ଦେଇଥିଲେ। ସେହିପରି ନିଜ ଇଚ୍ଛାରେ ଯୁଗ୍ମ-ଅଯୁଗ୍ମ ଗାଡ଼ି ଚଳାଚଳ ନିୟମ ପ୍ରଣୟନ କରିଥିଲେ। ଖାଲି ସେତିକି ନୁହେଁ ଆଜିଠାରୁ ହୋଟେଲ ଓ ରେଷ୍ଟୁରାଣ୍ଟରେ ବସିକି ଖାଇ ହେବ ବୋଲି କେରଳ ସରକାର ଗାଇଡଲାଇନ ଜାରି କରିଥିଲେ।

ରାଜସ୍ଥାନ ସରକାର ମଧ୍ୟ ପରିବର୍ତ୍ତିତ ଗାଇଡଲାଇନ ଜାରି କରିବାକୁ ଘୋଷଣା କରିଥିଲେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସବୁ ରାଜ୍ୟକୁ ଗାଇଡଲାଇନ ପାଳନ କରିବାକୁ ତାଗିଦ କରିଛନ୍ତି।



from Odisha Reporter https://ift.tt/2KldK69

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages