ଲୋକଙ୍କୁ ଖାଦ୍ୟ ଯୋଗାଣ କରୁଥିବା ଅଧିକାରୀ କରୋନାରେ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 19, 2020

ଲୋକଙ୍କୁ ଖାଦ୍ୟ ଯୋଗାଣ କରୁଥିବା ଅଧିକାରୀ କରୋନାରେ ଆକ୍ରାନ୍ତ

ଭୋପାଲ: ଲକଡାଉନ ବେଳେ ଖାଦ୍ୟ ବଣ୍ଟନ ଦାୟିତ୍ୱ ପାଇଥିବା ଭୋପାଲ ପୌରପାଳିକା ସଂସ୍ଥାର ନୋଡାଲ ଅଫିସର ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କ ଠାରୁ ଖାଦ୍ୟ ସାମଗ୍ରୀ ନେଇଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତାଙ୍କ ଠାରୁ ଆଉ କେହି ସଂକ୍ରମିତ ହୋଇଛନ୍ତି କି ନାହିଁ, ସେକଥା ଜାଣିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି।

ଭୋପାଳର ଶାହାଜାହାନବାଦ ଠାରେ ଥିବା ଦୀନ ଦୟାଲ ରୋଷେଇରେ ଏହି ଅଧିକାରୀ ଜଣଙ୍କ ପୋଷ୍ଟିଂ ହୋଇଥିଲେ। ଏଠାରେ ପ୍ରତିଦିନ ୧ ହଜାର ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଏ। ଏପରି କି ପ୍ୟାକେଟ ଜରିଆରେ ଗରିବ ଲୋକଙ୍କ ପାଖକୁ ଖାଦ୍ୟ ସାମଗ୍ରୀ ପଠାଯିବା ସହ ରନ୍ଧା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଏ।

ଏହି କାମରେ ନିୟୋଜିତ ଅଧିକାରୀମାନେ ପ୍ରତିଦିନ ମାତା ମନ୍ଦିର ଠାରେ ଥିବା କୋର୍ପୋରେସନ ଅଫିସକୁ ଯାଇ ରାସନ ସାମଗ୍ରୀ ମଧ୍ୟ ଆଣିଥାଆନ୍ତି। କରୋନା ଆକ୍ରାନ୍ତ ହୋଇଥିବା ଅଧିକାରୀଙ୍କ ଶରୀରରେ କୌଣସି ଫ୍ଲୁ ଲକ୍ଷଣ ଦେଖାଯାଇ ନଥିଲା। ତଥାପି ସେ ନିଜ ଆଡ଼ୁ ଏପ୍ରିଲ ୧୬ରେ କରୋନା ଟେଷ୍ଟ କରାଇଥିଲେ। ଏବେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି।

ଏହି ରିପୋର୍ଟ ପରେ ରୋଷେଇ କାମକୁ ବନ୍ଦ କରାଯାଇଛି। ଦୀନ ଦୟାଲ କିଚେନ ନିକଟରେ ଥିବା ଏକ ଶେଲଟର ହୋମକୁ ମଧ୍ୟ ସାନିଟାଇଜ କରାଯାଇଛି। ଆକ୍ରାନ୍ତ ଅଧିକାରୀଙ୍କ ସଂସ୍ପର୍ଶରେ ଆସି ନିୟମିତ କାମ କରୁଥିବା ଆଉ ୨୦ ଜଣ କର୍ମଚାରୀଙ୍କ ନମୂନା ପରୀକ୍ଷା ପାଇଁ ନିଆଯାଇଥିବା ଜଣାପଡ଼ିଛି।



from Odisha Reporter https://ift.tt/3cCY4aB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages