୫୦ ହଜାର ମୁହାଁ ଆମେରିକା ମୃତ୍ୟୁସଂଖ୍ୟା, ୨୪ ଘଣ୍ଟାରେ ୩୧୭୬ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 23, 2020

୫୦ ହଜାର ମୁହାଁ ଆମେରିକା ମୃତ୍ୟୁସଂଖ୍ୟା, ୨୪ ଘଣ୍ଟାରେ ୩୧୭୬ ମୃତ

ୱାଶିଂଟନ: ମହାମାରୀ କରୋନା ଭାଇରସ ଯୋଗୁ ଆମେରିକା ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଦୁଇଦିନ ଧରି କରୋନା ମୃତ୍ୟୁସଂଖ୍ୟା ସାମାନ୍ୟ ହ୍ରାସ ପାଇବା ପରେ ପୁଣିଥରେ ଦେଶରେ ୩ ହଜାରରୁ ଅଧିକ ମୁଣ୍ଡ ଗଡ଼ିଛି। ଫଳରେ ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୦ ହଜାରର ନିକଟତର ହୋଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୮ ଲକ୍ଷ ୮୦ ହଜାର ଅତିକ୍ରମ କରିଛି।

ଜନ୍ସ ହୋପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ, କରୋନା ଭାଇରସ ଆମେରିକାରେ ହିଁ ସବୁଠାରୁ ଅଧିକ ଜଟିଳ ଓ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁ ଏଠାରେ ୩୧୭୩ ଜଣ ଲୋକ ପ୍ରାଣ ହରାଇଛନ୍ତି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୯,୮୪୫ରେ ପହଞ୍ଚି ଯାଇଛି।

ସେହିପରି ଗୋଟିଏ ଦିନରେ ୨୬,୯୭୧ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ନୂଆ ରୋଗୀଙ୍କୁ ମିଶାଇଲେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮,୮୦,୨୦୪ରେ ପହଞ୍ଚି ଯାଇଛି। ଆଗକୁ ଆହୁରି କରୋନା ଟେଷ୍ଟିଂ ହେବାର ଥିବାରୁ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ଦେଶରେ ଏଯାଏ ୮୫,୯୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆମେରିକାର ପ୍ରମୁଖ ସହର ନ୍ୟୁୱର୍କରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୮,୫୮୧ ଥିବା ବେଳେ ମୃତକଙ୍କ ସଂଖ୍ୟା ୨୦,୮୬୧ ରହିଛି। ନ୍ୟୁଜର୍ସିରେ ବି ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିଛି। ବର୍ତ୍ତମାନ ଏଠାରେ କରୋନା ରୋଗୀଙ୍କ ସଂଖ୍ୟା ୧,୦୦,୦୨୫ ଥିବା ବେଳେ ଏମାନଙ୍କ ମଧ୍ୟରୁ ୫,୪୨୮ ଜଣ ପ୍ରାଣ ହରାଇଛନ୍ତି। କାଲିଫର୍ଣ୍ଣିଆରେ ୧୫୨୩, ମିଚଗାନରେ ୨୯୭୭, ଫ୍ଲୋରିଡାରେ ୯୮୭, ଲୁଇସିଆନାରେ ୧୫୯୯, ଟେକ୍ସାସରେ ୫୭୬, ଇଣ୍ଡିଆନାରେ ୭୦୬ ଓ ୱାଶିଂଟନରେ ୭୧୧ ଜଣ କରୋନା ଯୋଗୁ ପ୍ରାଣ ହରାଇଛନ୍ତି।

ଅନ୍ୟପକ୍ଷରେ ବିଶ୍ୱକଥା ଦେଖିଲେ, କରୋନା ଭାଇରସ ବର୍ତ୍ତମାନ ୨୧୦ଟି ଦେଶରେ ନିଜର କାୟା ବିସ୍ତାର କରିଛି। ଏଥିରେ ୨୭,୧୮,୧୫୫ ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧,୯୦,୬୩୬ ଜଣ ପ୍ରାଣ ହରାଇଛନ୍ତି। ସେହିପରି ୭,୪୫,୬୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।



from Odisha Reporter https://ift.tt/2yA4KHD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages