ଅର୍ଣ୍ଣବଙ୍କ ବିରୋଧରେ ଏତଲା ଦେଲେ ନରସିଂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 22, 2020

ଅର୍ଣ୍ଣବଙ୍କ ବିରୋଧରେ ଏତଲା ଦେଲେ ନରସିଂହ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଜାତୀୟ ଗଣମାଧ୍ୟମ ରିପବ୍ଲିକ ଟିଭି ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି ସେ ବଲାଙ୍ଗିର ଟାଉନ ଥାନାରେ ଏନେଇ ଏତଲା ଦେଇଛନ୍ତି।

ଟିଭି ସୋରେ ଆଲୋଚନା ବେଳେ ଅର୍ଣ୍ଣବ ଅପମାନଜନକ ଓ ଉତ୍ତେଜନାସୃଷ୍ଟି କଲା ଭଳି ବିବୃତି ଦେଇଥିବା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି। ଏହି ଘଟଣାର ତଦନ୍ତ କରିବା ସହ ଅର୍ଣ୍ଣବଙ୍କୁ ଗିରଫ କରିବା ପାଇଁ ନରସିଂହ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ପାଲଘରଠାରେ ୩ ସାଧୁଙ୍କୁ ପିଟିପିଟି ହତ୍ୟା କରିବା ଘଟଣା ପାଇଁ ଅର୍ଣ୍ଣବ କଂଗ୍ରେସକୁ ଦାୟୀ କରିଥିଲେ। ଏପରି କି ନିଜ ଟିଭି ଚ୍ୟାନେଲରେ ସେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧିଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ମଧ୍ୟ ପ୍ରୟୋଗ କରିଥିଲେ।

ତେବେ ଗତକାଲି ବିଳମ୍ବିତ ରାତିରେ ଅର୍ଣ୍ଣବ ଓ ତାଙ୍କ ପତ୍ନୀ ମୁମ୍ବାଇସ୍ଥିତ ବାସଭବନକୁ ଫେରୁଥିବା ବେଳେ ରାସ୍ତାରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ। ଏହାପରେ ସେମାନେ ଗାଡି ଆଗକୁ ଆସି ଅର୍ଣ୍ଣବଙ୍କୁ ଗାଳିଗୁଲଜ କରିବା ସହ ଗାଡ଼ି କାଚକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ। ପରେ ଅର୍ଣ୍ଣବଙ୍କ ସୁରକ୍ଷା କର୍ମୀ ସେମାନଙ୍କୁ କାବୁ କରିଥିଲେ। ସେହି ଦୁର୍ବୃତ୍ତମାନେ ଯୁବ କଂଗ୍ରେସ ସଦସ୍ୟ ବୋଲି ଅର୍ଣ୍ଣବ ଅଭିଯୋଗ କରିଛନ୍ତି।  ଏଥିରେ ଅର୍ଣ୍ଣବ କିମ୍ବା ତାଙ୍କ ସ୍ତ୍ରୀଙ୍କ କୌଣସି କ୍ଷତି ହୋଇ ନଥିବା ସୂଚନା ମିଳିଛି।

ଅର୍ଣ୍ଣବଙ୍କ ଅଭିଯୋଗ କ୍ରମେ ଏନ.ଏମ. ଜୋଶୀମାର୍ଗ ଥାନାରେ ଏକ ମାମଲା ରୁଜୁ ହେବାପରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ଅର୍ଣ୍ଣବଙ୍କ ଉପରେ ଆକ୍ରମଣ ଘଟଣାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ନିନ୍ଦା କରିଛନ୍ତି।

ଏଭଳି ଆକ୍ରମଣ ଗଣତନ୍ତ୍ରର ବିରୋଧାଭାସ କରିବା ସହ ଯେଉଁମାନେ ସହିଷ୍ଣୁତା ପାଇଁ ପ୍ରଚାର କରୁଛନ୍ତି, ସେମାନେ ଅସହିଷ୍ଣୁ ହୋଇ ପଡୁଛନ୍ତି ବୋଲି ଜାଭଡେକର କହିଛନ୍ତି।



from Odisha Reporter https://ift.tt/3by3zH8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages