ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାକୁ ବିଏମ୍‌ସିର ବ୍ୟବସ୍ଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 5, 2020

ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାକୁ ବିଏମ୍‌ସିର ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱରରେ ୧୮ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଫଳରେ କେବଳ ରାଜଧାନୀରେ କରୋନା ପଜିଟିଭ୍ ସଂଖ୍ୟା ୩୦ ଟପିଯାଇଛି। ତେଣୁ ବିଏସ୍‌ସି ପକ୍ଷରୁ ଲୋକଙ୍କ ସୁରକ୍ଷା ପାଇଁ ନିୟମକୁ କଡ଼ାକଡ଼ି କରାଯାଉଛି।

ଏବେ ବିଏମ୍‌ସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଘରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସଂସ୍ଥା ଦ୍ୱାରା ମୋବାଇଲ୍ ଭ୍ୟାନ୍ ଓ ହୋମ୍ ଡେଲିଭରି ସୁବିଧା ଯୋଗାଇ ଦିଆଯିବ। ଏଥିସହ ଡେଲି ମାର୍କେଟ୍ ପାଇଁ ୬୭ଟି ୱାର୍ଡରେ ୬୮ଟି ନୂଆ ସ୍ଥାନ ଚିହ୍ନଟ କରାଯାଇଛି। ଏହି ଚିହ୍ନଟ ସ୍ଥାନ ବ୍ୟତୀତ ବ୍ୟବସାୟୀମାନେ ଅନ୍ୟ କୌଣସି ସ୍ଥାନରେ ବସିପାରିବେନି। ଏସବୁ ସ୍ଥାନରେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କୁହାଯାଇଛି। ଆଉ ଯଥା ସମ୍ଭବ ଘରୁ ନ ବାହାରିବା ପାଇଁ ଲୋକଙ୍କୁ ବିଏସ୍‌ସି ପକ୍ଷରୁ ଅପିଲ୍ କରାଯାଇଛି।



from Odisha Reporter https://ift.tt/3bYE2GT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages