ନୂଆଦିଲ୍ଲୀ: ରମାନନ୍ଦ ସାଗରଙ୍କ ଧାରାବାହିକ କାର୍ଯ୍ୟକ୍ରମ ‘ରାମାୟଣ’ ଲୋକପ୍ରିୟ ଥିଲା, ଆଉ ଏବେ ବି ରହିଛି। ଲକଡାଉନ୍ ବେଳେ ସରକାରଙ୍କ ଦ୍ୱାରା ଏହି ଲୋକପ୍ରିୟ ଧାରାବାହିକ କାର୍ଯ୍ୟକ୍ରମକୁ ଡିଡିରେ ମାର୍ଚ୍ଚ ୨୮ରେ ପ୍ରସାରଣ କରାଯାଇଥିଲା। ଏହାର ଦର୍ଶକଙ୍କ ସଂଖ୍ୟା ୭.୭ କୋଟିରେ ପହଞ୍ଚିଛି। ବିଶ୍ୱରେ ସବୁଠାରୁ ଅଧିକ ଲୋକ ଦେଖିଥିବା ଧାରାବାହିକ କାର୍ଯ୍ୟକ୍ରମରେ ଏହି ‘ରାମାୟଣ’ ସାମିଲ୍ ହୋଇଛି। ଡିଡି ଇଣ୍ଡିଆ ଗୁରୁବାର ଟୁଇଟ୍ କରି ଏହି ସୂଚନା ଦେଇଛି। ଯାହାକି ଇତିହାସ ରଚିଛି।
୩୩ ବର୍ଷ ତଳେ ଦୂରଦର୍ଶନ ହିଁ ଏକମାତ୍ର ଟିଭି ଚ୍ୟାନେଲ ଥିଲା। ତେଣୁ ସେତେବେଳେ ଏହା ଲୋକପ୍ରିୟ ହୋଇପାରିଥିଲା। ଏବେ କିନ୍ତୁ ଦ୍ୱିତୀୟ ଥର ପ୍ରସାରଣ କରିବା ବେଳେ ସେତେଟା ଲୋକପ୍ରିୟ ବା ଦର୍ଶକଙ୍କୁ ଆକୃଷ୍ଟ କରିପାରିବନି ବୋଲି ମତ ପ୍ରକାଶ ପାଇଥିଲା। କାରଣ ଲୋକଙ୍କ ହାତରେ ରିମୋଟ ରହିଛି। ଅନେକ ଫିଲ୍ମ ଓ ଧାରାବାହିକ କାର୍ଯ୍ୟକ୍ରମ ମଧ୍ୟ ଘରୋଇ ଟିଭି ଚ୍ୟାନେଲ ଗୁଡ଼ିକରେ ପ୍ରସାରଣ ହେଉଛି। ଏହାବାଦ ଲୋକେ ଏବେ ଇଣ୍ଟରନେଟରେ ଅଭ୍ୟସ୍ତ। ତେବେ ଡିଡି ଇଣ୍ଡିଆର ଟୁଇଟ୍ ପରେ ଏହି ସବୁ ମତ ଭୁଲ୍ ପ୍ରମାଣିତ ହୋଇଛି।
Rebroadcast of #Ramayana on #Doordarshan smashes viewership records worldwide, the show becomes most watched entertainment show in the world with 7.7 crore viewers on 16th of April pic.twitter.com/edmfMGMDj9
— DD India (@DDIndialive) April 30, 2020
ବାଲ୍ମିକୀ ରାମାୟଣ ଏବଂ ତୁଳସୀ ଦାସଙ୍କ ଦ୍ୱାରା ଏହି ରାମାୟଣ ରଚନା କରାଯାଇଥିଲା। ଏହାକୁ ଆଧାର କରି ରମାନନ୍ଦ ସାଗର ୭୮ଟି ଏପିସୋଡ ତିଆରି କରିଥିଲେ।
ଏହି ଧାରାବାହିକ କାର୍ଯ୍ୟକ୍ରମ ପ୍ରଥମେ ଟିଭିରେ ଜାନୁଆରୀ ୨୫, ୧୯୮୭ରେ ପ୍ରସାରିତ ହୋଇ ଜୁଲାଇ ୩୧, ୧୯୮୮ରେ ଶେଷ ହୋଇଥିଲା। ରବିବାର ସକାଳ ୯ଟା ୩୦ରେ ଏହା ପ୍ରସାରଣ ହେଉଥିଲା। ଏହାର ଦର୍ଶକଙ୍କ ସଂଖ୍ୟା ଜୁନ୍ ୨୦୦୩ ଯାଏ ଲିମକା ବୁକରେ ରେକର୍ଡ କରିଥିଲା।
from Odisha Reporter https://ift.tt/2y4Mdn3
No comments:
Post a Comment