କଟିକଟାରେ ବଢ଼ିଲା କଣ୍ଟେନମେଣ୍ଟ ଅବଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 30, 2020

କଟିକଟାରେ ବଢ଼ିଲା କଣ୍ଟେନମେଣ୍ଟ ଅବଧି

ଯାଜପୁର(ଗୁଲାମ ଗସ୍‌): ରାଜ୍ୟରେ ଯାଜପୁର ଜିଲ୍ଲା ଏବେ କରୋନାର ହଟସ୍ପଟ୍‌ ପାଲଟିଛି। ଗତକାଲି ଏହି ଜିଲ୍ଲାରୁ ରେକର୍ଡ଼ ସ୍ତରରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।  ଗୋଟିଏ ଦିନରେ  ୧୭  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬ ଜଣ କେବଳ ଯାଜପୁର ଜିଲ୍ଲା କଟିକଟା ଅଞ୍ଚଳର ବୋଲି ଜଣାପଡ଼ିଥିଲା। ପୂର୍ବରୁ ସେହି ଅଞ୍ଚଳରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଗତ ୨୫ ତାରିଖରୁ କଟିକଟା ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଥିଲା।

ଏହି କଣ୍ଟେନମେଣ୍ଟ ଜୋନ୍‌ ଅବଧି ଆସନ୍ତା ୫ ତାରିଖରେ ସରିବାକୁ ଥିବା ବେଳେ ଏବେ ଏହାକୁ  ଆସନ୍ତା ୧୩ ତାରିଖ ସକାଳ ୬ଟା ଯାଏ ବଢ଼ାଇ ଦିଆଯାଇଛି ।  ଗତକାଲି ଦଶରଥପୁର ବ୍ଲକ ଅଧୀନ କଟିକଟା ପଞ୍ଚାୟତରୁ ୧୬ ଜଣ ଚିହ୍ନଟ ହୋଇଥିବା ବେଳେ ଡାହଣହତା ପଞ୍ଚାୟତରୁ ଜଣେ ଚିହ୍ନଟ  ହୋଇଥିଲେ।   ଏବେ ଜିଲ୍ଲାର ଦଶରଥପୁର ବ୍ଲକ କଟିକଟା ପଞ୍ଚାୟତ ସମେତ ଗୋପାଳପୁର ଓ ଡାହଣହତା ପଞ୍ଚାୟତକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ୍‌ରେ ରଖାଯାଇଛି ।

ସେହିପରି ଏହି ବ୍ଲକର ଗୋପାଳପୁର ପଞ୍ଚାୟତର ବିଭୁତିପୁର ଓ ମେର୍ଦ୍ଦା ଗାଁକୁ ଆଶିଂକ ଭାବେ, ଡାହଣହତା ପଞ୍ଚାୟତର ଦେପୁରା, କୁଆଁ, ଦହନହଟା ଗାଁର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ରେ  ରଖାଯାଇଛି। ଏସବୁ ଅଞ୍ଚଳରେ ଲୋକଙ୍କ ଯାଆସକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ପ୍ରଶାସନ ପକ୍ଷରୁ  କଣ୍ଟେନମେଣ୍ଟ ଜୋନ୍‌ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ପଦକ୍ଷେପ ନିଆଯାଉଛି ।

ସେପଟେ ରାଜ୍ୟ ସର୍ଭେଲାନ୍ସ ଅଧିକାରୀ ଓ ଷ୍ଟେଟ୍ ରାପିଡ୍ ରେସ୍ପନ୍ସ ଟିମ୍ ଯାଜପୁର ଜିଲ୍ଲା ଗସ୍ତ କରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ  ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ସର୍ଭେଲାନ୍ସ କାର୍ଯ୍ୟକୁ ଅଧିକ କଡ଼ାକଡ଼ି କରିବା ଏବଂ କଣ୍ଟେନମେଣ୍ଟ ପଦକ୍ଷେପ ଠିକ୍‌ ଭାବେ ପାଳନ ହେଉଛି କି ନାହିଁ, ସେସବୁ ଏହି ଟିମ୍ ଅନୁଧ୍ୟାନ କରିବେ ବୋଲି ଟ୍ୱିଟ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।



from Odisha Reporter https://ift.tt/2WtmZqH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages