ପଳାତକ ମାଲ୍ୟା-ମେହୁଲଙ୍କ ଋଣ ଛାଡ଼, କଂଗ୍ରେସ ଅଭିଯୋଗର ଜବାବ ରଖିଲେ ସୀତାରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 28, 2020

ପଳାତକ ମାଲ୍ୟା-ମେହୁଲଙ୍କ ଋଣ ଛାଡ଼, କଂଗ୍ରେସ ଅଭିଯୋଗର ଜବାବ ରଖିଲେ ସୀତାରମଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ପୁଞ୍ଜିପତିଙ୍କର ୬୮,୦୦୦ କୋଟି ଟଙ୍କା ଋଣ ଛାଡ଼ କରିଛନ୍ତି। ଏହାକୁ ନେଇ ସରକାରଙ୍କ ଉପରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଭିଯୋଗ ଆଣିବା ପରେ ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟୁଇଟ୍ କରି ଏହାର ଜବାବ ରଖିଛନ୍ତି। ଟୁଇଟରେ ଋଣ ଖିଲାପକାରୀ ବିଜୟ ମାଲ୍ୟା, ମେହୁଲ ଚୋକସି ଏବଂ ନିରବ ମୋଦୀଙ୍କ ବିରୋଧରେ ସରକାର କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସୀତାରମଣ ଉଲ୍ଲେଖ କରିଛନ୍ତି। ଯେଉଁଥିରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା ଦେଶକୁ ନିଜ ମନ୍ତବ୍ୟ ମାଧ୍ୟମରେ ଭ୍ରମିତ କରୁଛନ୍ତି ବୋଲି ସୀତାରମଣ କହିଛନ୍ତି।

ୟୁପିଏ ସରକାର ସମୟରେ ଯେଉଁଭଳି ଋଣ ଦିଆଯାଇଛି ସେ ବାବଦରେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ନେତା ଚୁପ୍ କହିଛନ୍ତି ବୋଲି ସୀତାରମଣ ପ୍ରଶ୍ନ କରିଛନ୍ତି। ପ୍ରଥମେ ଏହାର ଜବାବ ଦେଇ ଭ୍ରଷ୍ଟାଚାର ଶେଷ କରିବାକୁ କଂଗ୍ରେସ ଚାହୁଁଛି ବୋଲି ପ୍ରମାଣ ଦେବା ଦରକାର। ଆତ୍ମଚିନ୍ତନ ମତ ରଖିବା ଦରକାର ବୋଲି ନିର୍ମଳା ରାହୁଲ ଏବଂ କଂଗ୍ରେସ ନେତାଙ୍କୁ କହିଛନ୍ତି।

ମେହୁଲ ଚୋକସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଋଣ ଖିଲାପକାରୀ ମେହୁଲ ଚୋକସୀଙ୍କ ବାବଦରେ ସୂଚନା ଦେବାକୁ ଯାଇ ସୀତାରମଣ କହିଛନ୍ତି, ସରକାର ମେହୁଲ ଚୋକସୀଙ୍କର ୧୯୩୬ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛନ୍ତି। ଯେଉଁଥିରେ ବିଦେଶର ସମ୍ପତ୍ତି ୬୭.୯ କୋଟି ରହିଛି। ଏହାବାଦ ୫୯୭.୭୫ କୋଟି ଟଙ୍କାର ପ୍ରପୋଟି ଜବତ କରାଯାଇ ଚୋକସୀଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ୍ ଜାରି କରାଯାଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି। ଚୋକସୀଙ୍କର ପ୍ରତ୍ୟାପ୍ରଣ ପାଇଁ ଆଣ୍ଟିଗୁଆକୁ ଆବେଦନ କରାଯାଇଛି। ଏହାବାଦ ଚୋକସୀଙ୍କୁ ପଳାତକ ଘୋଷଣା କରିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି।

ବିଜୟ ମାଲ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ପଳାତକ ବିଜୟ ମାଲ୍ୟାଙ୍କ ଉପରେ ଟୁଇଟ୍ କରି ସେ କହିଛନ୍ତି, ମାଲ୍ୟାଙ୍କର ଏଯାବତ ୮୦୪୦ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇସାରିଛି। ଏବାବାଦ ୧୬୯୩ କୋଟି ଟଙ୍କାର ଶେୟାର ଜବତ କରାଯାଇଛି। ବିଜୟ ମାଲ୍ୟାଙ୍କୁ ପଳାତକ ବୋଲି ଘୋଷଣା ସରିଛି। ପ୍ରତ୍ୟାର୍ପଣ ପାଇଁ ସମସ୍ତ ପ୍ରକ୍ରିୟା ଜାରି ରହିଛି।

ନୀରବ ମୋଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନ

ହୀରା ବ୍ୟବସାୟୀ ନୀରବ ମୋଦୀଙ୍କର ୨୩୮୭ କୋଟି ଟଙ୍କାର ସ୍ଥାବର-ଅସ୍ଥାବର ସମ୍ପତ୍ତି ଜବତ ସରିଛି। ଜବତ ହୋଇଥିବା ସମ୍ପତ୍ତି ମଧ୍ୟରୁ ୯୬୧.୪୭ କୋଟି ଟଙ୍କାର ସମ୍ପତ୍ତି ବିଦେଶର ବୋଲି ନିର୍ମଳା କହିଛନ୍ତି। କାର୍ଯ୍ୟାନୁଷ୍ଠାନ ଭୟରେ ଦେଶ ଛାଡ଼ି ପଳାଇଥିବା ନିରବ ମୋଦୀ ୟୁକେର ଏକ ଜେଲରେ ରହିଛନ୍ତି ବୋଲି ନୀର୍ମଳା କହିଛନ୍ତି।

ନିର୍ମଳା ସୀତାରମଣ କଂଗ୍ରେସର ଅଭିଯୋଗ ଉପରେ ମତ ସ୍ପଷ୍ଟ କରିବାକୁ ଯାଇ କହିଛନ୍ତି, ଇଚ୍ଛାକୃତ ଋଣ ଖିଲାପକାରୀଙ୍କ ବିରୋଧରେ ମୋଦୀ ସରକାର କାର୍ଯ୍ୟନୁଷ୍ଠାନ ନେଉଛନ୍ତି। ଏହି ଅଭିଯାନରେ ସରକାର ୯୯୬୭ ପୁନରୁଦ୍ଧାର ମକଦ୍ଦମା ଏବଂ ୩୫୧୫ ଏତଲା ଦାଖଲ କରିଛନ୍ତି। ନୀରବ ମୋଦି, ମେହୁଲ ଚୋକସି ଏବଂ ବିଜୟ ମାଲ୍ୟାଙ୍କ ପରି ପ୍ରାୟ ୧୮୩୩୨ କୋଟି ଟଙ୍କା ମୂଲ୍ୟର ଶିଳ୍ପପତିଙ୍କ ସମ୍ପତ୍ତି ଜବତ କରାଯାଇଛି ବୋଲି ସେ କହିଛନ୍ତି।

କଂଗ୍ରେସର ଅଭିଯୋଗ

ଆରବିଆଇ ୫୦ ଟି ବଡ ବ୍ୟାଙ୍କ ସ୍କାମ କରିଥିବା ବ୍ୟବସାୟୀଙ୍କ ୬୮,୬୦୭ କୋଟି ଟଙ୍କାର ଋଣ କ୍ଷମା କରିଛି। ଆରଟିଆଇ ଜରିଆରେ ଏପ୍ରିଲ୍ ୨୪ ରେ କଂଗ୍ରେସ ଏଭଳି ସୂଚନା ପାଇଛି। ଯାହାକୁ ଆରବିଆଇ ମଧ୍ୟ ସ୍ୱୀକାର କରିଛି। ଋଣ ଛାଡ଼ ହୋଇଥିବା ବ୍ୟବସାୟୀଙ୍କ ମଧ୍ୟରେ ପଳାତକ ବ୍ୟବସାୟୀ ମେହୁଲ ଚୋକସି ଏବଂ ନିରଭ ମୋଦୀଙ୍କ ନାମ ମଧ୍ୟ ରହିଛି। ଏହାକୁ ନେଇ ରାହୁଲ ଗାନ୍ଧୀ ଟୁଇଟ୍ କରି କହିଥିଲେ, ‘ମୁଁ ସଂସଦରେ ଏ ବାବଦରେ ପ୍ରଶ୍ନ କରିଥିଲି – ଦେଶର ୫୦ ଟି ବଡ ବ୍ୟାଙ୍କ ସ୍କାମରଙ୍କ ନାମ କୁହନ୍ତୁ। ଅର୍ଥମନ୍ତ୍ରୀ ଏ ନେଇ କୌଣସି ମତ ରଖି ନାହାନ୍ତି। ବିଜେପିର ନିକଟତମ ବ୍ୟକ୍ତିଙ୍କର ତାଲିକା ରହିଥିବାରୁ ସଂସଦରେ ସରକାର ଏବାବଦରେ ତଥ୍ୟ ଲୁଚାଇ ରଖିଛନ୍ତି’।



from Odisha Reporter https://ift.tt/2xZl70D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages