ହାଟ, ବଜାର ବୁଲି ଡ୍ରୋନ୍ କରୁଛି ବିଶୋଧନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 28, 2020

ହାଟ, ବଜାର ବୁଲି ଡ୍ରୋନ୍ କରୁଛି ବିଶୋଧନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରକୁ ସଂକ୍ରମଣମୁକ୍ତ କରିବାକୁ ଗତକାଲିଠୁ ଆରମ୍ଭ ହୋଇଛି ଡ୍ରୋନ୍ ଯୋଗେ ବିଶୋଧକ ସିଞ୍ଚନ ପ୍ରକ୍ରିୟା। ସହରର ବିଭିନ୍ନ ହାଟ ବଜାର ଅଞ୍ଚଳ ବୁଲି ବିଶୋଧକ ସିଞ୍ଚନ କରୁଛି ଡ୍ରୋନ୍। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଉତ୍ତର ଜୋନରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ଏହା ଆସନ୍ତା ୧ ସପ୍ତାହ ଧରି ଚାଲୁ ରହିବ ।

ଗତକାଲି ରାତି ୯ଟାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ମେ ୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ବିଏମସି ଓ ଭୁବନେଶ୍ୱର ସ୍ମାର୍ଟ ସିଟି ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟ ଆରମ୍ଭ ହୋଇଛି।  କେବଳ ରାତି ସମୟରେ ଦୁଇଟି ଡ୍ରୋନ୍ ବିଶୋଧନ ସିଞ୍ଚନ କରିବେ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟଯେ,  ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହା ଉପରେ ନିୟନ୍ତ୍ରଣ ଆଣିବାକୁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା ଜୋରଦାର ଉଦ୍ୟମ। ରାଜଧାନୀର ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ କଣ୍ଟାକ୍ଟ୍ର ଟ୍ରେସିଂ ସହ ସମ୍ପୃକ୍ତ ଅଞ୍ଚଳକୁ ବିଶୋଧନ କରାଗଲା।

 



from Odisha Reporter https://ift.tt/2VJ6PKu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages