ଭଞ୍ଜନଗରରେ ଭିନ୍ନ ଚିତ୍ର, କଟକଣା ସତ୍ତ୍ୱେ ଇଟାଭାଟିରେ କାମ କରୁଛନ୍ତି ଶ୍ରମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 3, 2020

ଭଞ୍ଜନଗରରେ ଭିନ୍ନ ଚିତ୍ର, କଟକଣା ସତ୍ତ୍ୱେ ଇଟାଭାଟିରେ କାମ କରୁଛନ୍ତି ଶ୍ରମିକ

ଭଞ୍ଜନଗର (ରାଜେଶ କୁମାର ପଣ୍ଡା):  କରୋନାର ମୁକାବିଲା ଲାଗି  ଘରେ ରହିବା ସହ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ଭଞ୍ଜନଗରରେ ଦେଖିବାକୁ ମିଳୁଛି ଭିନ୍ନ ଚିତ୍ର।

ସରକାରଙ୍କ ନାଲି ଆଖି ତଥା ସଚେତନତାକୁ ଖାତିର କରୁନାହାନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ବହୁ ଇଟାଭାଟି ମାଲିକ। ଏଠାରେ ବହୁ ଇଟାଭାଟିରେ ଶ୍ରମିକମାନେ କାମ କରୁଛନ୍ତି।

ଗତ କିଛିଦିନ ତଳେ ଜିଲ୍ଲା ପ୍ରଶାସନ ଇଟା ଭାଟି ବନ୍ଦ କରିବା ପାଇଁ ତାଗିଦ କରିଥିଲା। ହେଲେ ଏତେ ବାରଣ ସତ୍ତ୍ୱେ ଭଞ୍ଜନଗର ବ୍ଲକ୍‌ରେ କେତେକ ଇଟାଭାଟିରେ ଶ୍ରମିକମାନେ ରହି କାମ କରୁଥିବା ଦେଖିବାକୁ ମିଳିଛି।

ପୁଲିସ୍‌ ଏନେଇ ଖବର ପାଇବା ପରେ ଗତକାଲି ଇଟାଭାଟି ଉପରେ ଚଢ଼ଉ କରି କାମ ବନ୍ଦ କରିଥିଲା। ଇଟାଭାଟିରେ କାମ କରୁଥିବା ୭ ଜଣ ଶ୍ରମିକଙ୍କ ପରିବାରକୁ  ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ କହିଥିଲା।

ତେବେ ଇଟାଭାଟିରେ କାମ କରୁଥିବା ସମସ୍ତ ଶ୍ରମିକଙ୍କମାନଙ୍କ ଘର ବଲାଙ୍ଗିର ଜିଲ୍ଲାରେ ବୋଲି ଜଣାପଡ଼ିଛି। ସେମାନେ ଦୁଇ ବର୍ଷ ହେବ ଏହି ଇଟାଭାଟିରେ କାମ କରୁଥିଲେ ବୋଲି କହିଛନ୍ତି।

 



from Odisha Reporter https://ift.tt/2UYX75a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages