ଲକ୍‌ଡାଉନ୍: ଜନ୍ମ ହେଲେ ‘କୋଭିଡ୍’ ଓ ‘କରୋନା’! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 2, 2020

ଲକ୍‌ଡାଉନ୍: ଜନ୍ମ ହେଲେ ‘କୋଭିଡ୍’ ଓ ‘କରୋନା’!

ରାୟପୁର: ମହାମାରୀ କରୋନା ଭାଇରସର ମୁକାବିଲା କରିବାକୁ ଯାଇ ସାରା ଦେଶ ଏବେ ଲକ୍‌ଡାଉନ୍। ୧୩୦ କୋଟି ଦେଶବାସୀ ଏବେ ଘର ଭିତରେ ରହି ସାମାଜିକ ଦୂରତ୍ୱ ନିୟମକୁ ମାନୁଛନ୍ତି। ଦେଶବାସୀ ମଧ୍ୟ ଏହି ନିୟମକୁ ସମ୍ମାନ ଜଣାଇ ଏକଜୁଟ୍ ହୋଇଛନ୍ତି। ଯାହାର ପ୍ରଥମ ଝଲକ ଥିଲା ଜନତା କର୍ଫ୍ୟୁ ଦିନ ସଂଧ୍ୟା ୫ଟାରେ ଲୋକମାନେ ଘର ବାଲକୋନୀ, ଦୁଆର ମୁହଁରେ ଛିଡ଼ା ହୋଇ ଥାଳି, ତାଳି ଓ ଘଣ୍ଟି ବଜାଇବା। କରୋନା ମୁକାବିଲା ପାଇଁ କର୍ମବୀର ବୋଲି ଆଖ୍ୟା ଦିଆଯାଇଥିବା ସ୍ୱାସ୍ଥ୍ୟ କର୍ମଚାରୀ, ସାମ୍ୱାଦିକ, ପୁଲିସ ଓ ସଫେଇ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏଭଳି କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆହ୍ୱାନ କରିଥିଲେ। ଲୋକମାନେ ମଧ୍ୟ ଏହି ଲକ୍‌ଡାଉନକୁ ଆଗାମୀ ଦିନରେ ମନେ ରଖିବା ପାଇଁ ବିଭିନ୍ନ ପ୍ରକାର ପ୍ରୟାସ କରିଛନ୍ତି।

ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲାର ଖୁଖଣ୍ଡୁ ଗ୍ରାମରେ ଜନ୍ମ ହୋଇଥିବା ଶିଶୁର ନାମ ତାଙ୍କ ବାପା ମା’ ‘ଲକ୍‌ଡାଉନ୍’ ରଖିଛନ୍ତି। ଏହି ବାଳକଟିର ନାମ ଉଚ୍ଚରାଣ କରିବା ପୂର୍ବରୁ ସର୍ବଦା ଜାତୀୟ ସ୍ୱାର୍ଥକୁ ମନେ ପକାଇବ। ତେଣୁ ଏଭଳି ନାମକରଣ ତାଙ୍କ ବାପା ମା’ ଦେଇଛନ୍ତି।

ଏହାପୂର୍ବରୁ ଉତ୍ତର ପ୍ରଦେଶ ଗୋରଖପୁରରେ ଜନତା କର୍ଫ୍ୟୁ ଦିନ ଜନ୍ମ ହୋଇଥିବା ଝିଅଟିର ନାମ ‘କରୋନା’ ରଖାଯାଇଛି। ଝିଅର ମାମୁଁ ଧର ଲୋକେ କହିଛନ୍ତି ଯେ ଏହି ଘାତକ ଜୀବାଣୁ ବିସ୍ତାର ହେବା ପରେ ସାରା ବିଶ୍ୱ ଏବେ ଏକଜୁଟ୍ ହୋଇଛି।

ଏବେ ଛତିଶଗଡ଼ରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି। ରାୟପୁର ପୁରାଣ ବସ୍ତିର ଏକ ଦମ୍ପତି ସେମାନଙ୍କର ଯାଆଁଳା ଶିଶୁର ନାମ କୋଭିଡ ଏବଂ କରୋନା ରଖିଛନ୍ତି। ବିନୟ ବର୍ମାଙ୍କ ସ୍ତ୍ରୀ ପ୍ରୀତି ବର୍ମା ସପ୍ତାହେ ପୂର୍ବରୁ ଆମ୍ବେଦକର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏବେ ସେ  ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ପ୍ରୀତି କହିଛନ୍ତି, ଆଜି କରୋନା ସମସ୍ତଙ୍କ ହୃଦୟ ଏବଂ ମନରେ ଅଛି। ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ କରୋନା ଭୟ ଦୂର କରିବାକୁ ସେ ତାଙ୍କ ପୁଅର ନାମ ‘କୋଭିଡ’ ଏବଂ ଝିଅର ନାମ ‘କରୋନା’ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ଉଭୟ ଶିଶୁ ସୁସ୍ଥ ଅଛନ୍ତି।



from Odisha Reporter https://ift.tt/39Dzq7L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages