‘ସହିରି ଲୋକଙ୍କ ଠାରୁ ଆମ ବସ୍ତି ଲୋକେ ବେଶ ସଚେତନ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 12, 2020

‘ସହିରି ଲୋକଙ୍କ ଠାରୁ ଆମ ବସ୍ତି ଲୋକେ ବେଶ ସଚେତନ’

ଚୌଦ୍ୱାର(ପ୍ରକାଶ କୁମାର ନାୟକ): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପି ଲକଡାଉନ‌୍‍ ହୋଇଥିବା ବେଳେ ସରକାର ବିଭିନ୍ନ ଉପାୟରେ ଲୋକ ମାନଙ୍କୁ ଘରୁ ନବାହାରିବା ପାଇଁ ସଚେତନ କରୁଛନ୍ତି। ତଥାପି ସହରାଞ୍ଚଳରେ ୧୦ ପ୍ରତିଶତ ଲୋକ ବିଭିନ୍ନ ଆଳ ଦେଖାଇ ଘରୁ ବାଇକ ଯୋଗେ ପଦାକୁ ଆସୁଛନ୍ତି। ପୁଲିସ ସେହି ଅମାନିଆମାନଙ୍କୁ ତାଗିଦ କରିବା ସହିତ ଜୋରିମାନା ମଧ୍ୟ ଆଦାୟ କରୁଛି। ହେଲେ କିଛି ଲୋକ ଜରିମାନା ଦେବାପରେବି ଲୁଚିଛପି ବୁଲୁଛନ୍ତି। ଆଉ ଏହି ଅମାନିଆ ମାନଙ୍କ ମଧ୍ୟରେ ବିଶେଷକରି ସହରରେ ରହୁଥିବା ଶିକ୍ଷିତ ବ୍ୟକ୍ତି ଅଛନ୍ତି। ଏଭଳି ପରିସ୍ଥିତିରେ ସହରୀମାନଙ୍କ ଅପେକ୍ଷା ଗାଁର ବସ୍ତିବାସିନ୍ଧାମାନେ କେତେ ସଚେତନ ଅଛନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆମେ କହୁଛୁ କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକର ଜଙ୍ଗଲ ପାହାଡ ଘେରା ଅଞ୍ଚଳର ୨ଟି ବସ୍ତି ବିଷୟରେ। ଏହି ବ୍ଲକ ଅଧିନ କହ୍ନେଇପୁର ପଂଚାୟତର ବଡପୋଖରୀ ଗାଁର ଶବର ବସ୍ତିର ପ୍ରବେଶପଥକୁ ବସ୍ତି ବାସିନ୍ଧା ବନ୍ଦ କରିଛନ୍ତି।

ବସ୍ତି ଭିତରକୁ କୌଣସି ବାହାର ଲୋକଙ୍କୁ ପ୍ରବେଶ କରେଇ ଦେଉନାହଁନ୍ତି।  ବସ୍ତିକୁ ଆସି ଆଶା ଦିଦି ସେମାନଙ୍କୁ ସଚେତନ କରାଉଛନ୍ତି । ସବିତା ସିନ୍ଧୁ ନାମକ ଜଣେ ମହିଳା ସାମାଜିକ ଦୁରତ୍ୱ ରକ୍ଷା କରିବା ,ସାବୁନରେ ହାତ ଧୋଇବା ଓ ମାସ୍କର ବ୍ୟବହାର ବିଷୟରେ ସଚେତନ କରୁଛନ୍ତି। ତାଙ୍କ ବସ୍ତିର ଲୋକ ମାନଙ୍କୁ ସରକାର ଦେଉଥିବା ରାଶନ ସାମଗ୍ରୀ ଅଥବା ରନ୍ଧାଖାଦ୍ୟ ଦିଆ ଯାଇନଥିବା ଅଭିଯୋଗ କରିଥିଲେ।

ମୁଲ ଲାଗି ବଂଚୁଥିବା ଏହି ବସ୍ତିର ଲୋକମାନେ କିପରି ଚଳିବେ ତାହା ନେଇ ପ୍ରଶ୍ନ ଉଠାଇଥିଲେ। ସେହିପରି ଏହି ବ୍ଲକ ଅନ୍ତର୍ଗତ ବଣକରଞ୍ଜି ଗ୍ରାମରେ ଥିବା ଡମବସ୍ତିର ଲୋକମାନେ ମଧ୍ୟ ସଚେତନ ଥିବା ଦେଖିବାକୁ ମିଳିଥିଲା। ଏହି ପଂଚାୟତର ଅନ୍ୟଜଣେ ଅଭିମନ୍ୟୁ ପଲେଇ ନାମକ ଯୁବକର ରାଶନ କାର୍ଡ ନଥିବାରୁ ତାଙ୍କୁ କୌଣସି ସୁବିଧା ସୁଯୋଗ ମିଳୁନଥିବା ଅଭିଯୋଗ କରିଥିଲେ।



from Odisha Reporter https://ift.tt/2yWYASh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages