ସୁସ୍ଥ ହେଉଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ, ଶ୍ରେୟ ଦେଲେ ସ୍ୱାସ୍ଥ୍ୟକର୍ମୀଙ୍କୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 12, 2020

ସୁସ୍ଥ ହେଉଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ, ଶ୍ରେୟ ଦେଲେ ସ୍ୱାସ୍ଥ୍ୟକର୍ମୀଙ୍କୁ

ଲଣ୍ଡନ: କରୋନାରେ ଆକ୍ରାନ୍ତ ହୋଇ ନିକଟରେ ଗୁରୁତର ଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍ ସୁସ୍ଥ ହେଉଛନ୍ତି। ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (ଏନଏଚଏସ)କୁ ଏଥିପାଇଁ ବୋରିଶ ସମସ୍ତ ଶ୍ରେୟ ଦେଇଛନ୍ତି।

୫୫ ବର୍ଷୀୟ ବୋରିଶ ଶନିବାର ଏକ ଭିଡିଓ ଜାରି କହିଛନ୍ତି, ‘ମୁଁ ତାଙ୍କୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ୍ ହେବ। ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ମୁଁ ମୃତ୍ୟୁ ମୁଖରୁ ଫେରିଛି’। ଏହାପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଡୋଉନିଙ୍ଗ ଷ୍ଟ୍ରିଟ୍ ପକ୍ଷରୁ କୁହାଯାଇଥିଲା, ‘ବୋରିଶ ଏବେ ଅଳ୍ପ ବାଟ ଚାଲିବାରେ ସକ୍ଷମ। ସେ ସୁସ୍ଥ ହେଉଛନ୍ତି’।

୫୫ ବର୍ଷୀୟ ବୋରିଶ ସେଣ୍ଟ୍ରାଲ ଲଣ୍ଡନର ସେଣ୍ଟ ଥୋମାସ ହସ୍ପିଟାଲରେ ଏବେ ଚିକିତ୍ସାଧୀନ ରହିଛନ୍ତି। ହସ୍ପିଟାଲରେ କେବେ ଡିସଚାର୍ଜ ହେବେ ସେ ନେଇ କୌଣସି ସୂଚନା ମିଳିନାହିଁ। ଏପ୍ରିଲ ୫ରେ ବୋରିଶ ଜନସନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାର୍ଚ୍ଚ ୨୭ରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସ୍ପଷ୍ଟ ହୋଇଥିଲା। ସେ ଘରେ ରହି ଚିକିତ୍ସାଧୀନ ଥିଲେ। ହେଲେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁଇ ଦିନ ହେବ ସେ ଆଇସିୟୁରୁ ଜେନେରାଲ ଓ୍ୱାର୍ଡକୁ ସ୍ଥାନାନ୍ତର ହୋଇଛନ୍ତି।

ଅନ୍ୟପଟେ ଡେଲି ମେଲରେ ପ୍ରକାଶିତ ଖବର ଅନୁଯାୟୀ, ବୋରିସ୍ ତାଙ୍କ ନିକଟତମ ବ୍ୟକ୍ତି କହିଥିଲେ ସେ କିଭଳି ବଞ୍ଚିବା ନେଇ ଆଶା ଛାଡ଼ିଦେଇଥିଲେ। ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା। ଯେଉଁ ଦିନ ପ୍ରଧାନମନ୍ତ୍ରୀଙ୍କୁ ହସ୍ପିଟାଲରେ ଆଡମିଟ କରାଯିବାର ତିନି ଦିନ ପୂର୍ବରୁ ପ୍ରଥମେ ହସ୍ପିଟାଲରେ ଆଡମିଟ୍ ହେବା ପାଇଁ କୁହାଯାଇଥିଲା। ହେଲେ ଦେଶରେ ଖରାପ ପରିସ୍ଥିତିକୁ ଏଡାଇବା ପାଇଁ ସେ ହସ୍ପିଟାଲ ଯିବାକୁ ରାଜି ହେଉନଥିଲେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

ପ୍ରଧାନମନ୍ତ୍ରୀଙ୍କ ଭାବି ସ୍ତ୍ରୀ କ୍ୟାରି ସିମଣ୍ଡସ କହିଛନ୍ତି, ବୋରିଶଙ୍କ ସ୍ୱାସ୍ଥ୍ୟାବସ୍ଥା ଅଗ୍ରଗତି କରୁଛି। ତାଙ୍କ ଶୁଭେଚ୍ଛୁମାନଙ୍କ ହଜାର ହଜାର ବାର୍ତ୍ତା ତାଙ୍କ ପାଖକୁ ଆସୁଛି। ସୂଚନାଯୋଗ୍ୟ, ବ୍ରିଟେନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯,୮୮୫ ଛୁଇଁଛି। ଦେଶ ଏବେ ଲକଡାଉନ ଥିବାବେଳେ ୯,୮୯୨ ଜଣଙ୍କର ମୃତ୍ୟୁ ଘଟିଛି।



from Odisha Reporter https://ift.tt/2Ru7TiE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages