ବସ୍ ଷ୍ଟପ୍‌ରେ ମିଳିବ ତେଜରାତି ଓ ପରିବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 8, 2020

ବସ୍ ଷ୍ଟପ୍‌ରେ ମିଳିବ ତେଜରାତି ଓ ପରିବା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ରାଜ୍ୟରେ ଚି଼ହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଅଛନ୍ତି ରାଜଧାନୀ ଭୁବନେଶ୍ୱରରେ। ଏଥିଯୋଗୁ ଭୁବନେଶ୍ୱରର କିଛି ଅଞ୍ଚଳକୁ ସିଲ୍‌ କରି ଦିଆଯାଇଛି।  ଏଥିଯୋଗୁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହେଉଛି । ହାଟମାନଙ୍କୁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉ ନ ଥିବାରୁ ତାହାକୁ  ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି ।

ଏପରି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ  ଲୋକେ ଯେପରି ହଇରାଣ ନ  ହୁଅନ୍ତି ସେଥିପ୍ରତି ବିଏମସି ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ଲକ୍‌ଡାଉନ୍‌ ବେଳେ ରାଜଧାନୀରେ ବସ୍ ଷ୍ଟପ୍‌ ଗୁଡ଼ିକରେ ତେଜରାତି ଓ ପନିପରିବା ମିଳିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ରାଜଧାନୀର ୧୦୦ଟି ବସ୍‌ ଷ୍ଟପରେ ଅସ୍ଥାୟୀ ଭେଣ୍ଡିଂ ସେଣ୍ଟର ଖୋଲିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍‌ କରି ସୂଚନା ଦେଇଛି।।ଏହାସହ ରାଜଧାନୀରେ ୪୪ଟି ଅସ୍ଥାୟୀ ମାର୍କେଟ୍ ଖୋଲିବା ଲାଗି ନିଷ୍ପତ୍ତି ହୋଇଛି। ସହରର ବିଭିନ୍ନ ଓ୍ୱାର୍ଡରେ ଏହି ସବୁ ଅସ୍ଥାୟୀ ମାର୍କେଟ୍ ସକାଳ ୬ଟାରୁ ଦିନ ୧୧ଟା ଯାଏ ଖୋଲା ରହିବ।ଲୋକମାନେ ପନିପରିବା କିଣିଲା ବେଳେ ସମଦୂରତା ଅବଲମ୍ବନ କରନ୍ତୁ ବୋଲି ବିଏମସି ପକ୍ଷରୁ ନିବେଦନ କରାଯାଇଛି।

 



from Odisha Reporter https://ift.tt/3e6K7mK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages