କରୋନାକୁ ନେଇ WHO ଓ ଆମେରିକା ମୁହାଁମୁହିଁ, ଗୁଟେରସ ରଖିଲେ ପ୍ରତିକ୍ରିୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 8, 2020

କରୋନାକୁ ନେଇ WHO ଓ ଆମେରିକା ମୁହାଁମୁହିଁ, ଗୁଟେରସ ରଖିଲେ ପ୍ରତିକ୍ରିୟା

ଜାତିସଂଘ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)କୁ ଫଣ୍ଡ ଯୋଗାଇବନି ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଏଭଳି ଧମକ ଦେବା ପରେ ଜବାବ ରଖିଛି WHO ଓ ଜାତିସଂଘ। ଜତିସଂଘର ସଚିବ ଆଣ୍ଟୋନିଓ ଗୁଟେରସ ବୁଧବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘WHOକୁ ସମର୍ଥନ କରିବା ଦରକାର। କରୋନା ସହିତ ମୁକାବିଲା କରିବା ପାଇଁ ସମସ୍ତଙ୍କ ସମର୍ଥନ ନିତାନ୍ତ ଆବଶ୍ୟକ। ଏହି ଭାଇରସ ସମସ୍ତଙ୍କ ପାଇଁ ଅଦୃଶ୍ୟ। ଏଭଳି ସ୍ଥିତିରେ ସମାନ ତଥ୍ୟଗୁଡିକ ବିଭିନ୍ନ ସଂସ୍ଥା ଦ୍ୱାରା ଭିନ୍ନ ଭିନ୍ନ ମତ ରଖାଯାଉଛି’ ବୋଲି ଆମେରିକା ରାଷ୍ଟ୍ରପତିଙ୍କୁ ପରୋକ୍ଷରେ ଜବାବ ଦେଇଛନ୍ତି ଗୁଟେରସ।

ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଆମେରିକା ରାଷ୍ଟ୍ରପତିଙ୍କ ଧମକର ଜବାବ ଦେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ ଜେନେରାଲ ଟେଡରୋସ କହିଛନ୍ତି, କରୋନା ଭାଇରସକୁ ନେଇ ରାଜନୀତି ନହେବା ଦରକାର। ଏବେ ଫଣ୍ଡ କାଟିବାର ସମୟ ନୁହେଁ ବରଂ ସମସ୍ତେ ଏକାଠି ହୋଇ ଏହି ଭାଇରସ ବିରୋଧରେ ଲଢ଼େଇ କରିବା ଦରକାର। ଯଦି ଆମେ ନସୁଧୁରିବା ତାହେଲେ ଆଗାମୀ ଦିନରେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବ। ତେଣୁ ଚାଇନା ଓ ଆମେରିକା ଏକାଠି ହୋଇ କାମ କରିବା ଦରକାର ବୋଲି ଟେଡରୋସ କହିଛନ୍ତି।

ସୂଚନାଯୋଗ୍ୟ, କରୋନା ଭାଇରସ ବ୍ୟାପିବାକୁ ନେଇ ଚାଇନାକୁ ଦାୟୀ କରିଛନ୍ତି ଆମେରିକା ରାଷ୍ଟ୍ରପତି। ଚାଇନାରା ଦୋଷକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲୁଚାଉଛି ବୋଲି ଟ୍ରମ୍ପ ଅଭିଯୋଗ ଆଣିଛନ୍ତି। ଚାଇନାର ଭୁଲ୍ ପାଇଁ ସାରା ବିଶ୍ୱ ଆଜି ଭୋଗୁଛି ବୋଲି ଟ୍ରମ୍ପ କହିଥିଲେ। ବୁଧବାର ଟ୍ରମ୍ପ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆମେରିକା ସହ ପକ୍ଷପାତିତା କରିଛି। ଚାଇନା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ୪୨ ମିଲିଅନ ଦେଉଥିବାବେଳେ ଆମେରିକା ୪୫୦ ମିଲିଅନ ଦେଉଛି। ଏହାପରେ ବି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚାଇନା ସପକ୍ଷରେ ମତ ରଖୁଛି ବୋଲି ଟ୍ରମ୍ପ କହିଥିଲେ। ଆଗାମୀ ଦିନରେ ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଯୋଗାଉଥିବା ଟଙ୍କା ଦେବ ନାହିଁ ବୋଲି ସେ କହିଥିଲେ। ହେଲେ ବିଚାରବିମର୍ଶ କରିବା ପରେ ଏ ବାବଦରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ। ଅନ୍ୟପଟେ ଆମେରିକା ସିନେଟର ଅନେକ ସଦସ୍ୟ ଜାତିସଂଘ ମୁଖ୍ୟଙ୍କ ଇସ୍ତଫା ଦାବି କରିବା ସହିତ ତାଙ୍କ ବିରୋଧରେ ତଦନ୍ତ ହେଉ ବୋଲି ଦାବି କରିଛନ୍ତି।



from Odisha Reporter https://ift.tt/2wqC2It

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages