ଥିରୁଭନନ୍ତପୁରମ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଫ୍ଲୁ ଜନିତ ଲକ୍ଷଣ ନଥାଇ ମଧ୍ୟ ଜଣେ ୧୯ ବର୍ଷୀୟ କେରଳ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଛାତ୍ରଙ୍କ ଘର କେରଳର ପାଥନମଥିଟ୍ଟା ଅଞ୍ଚଳରେ। ସେ ୨୦ ଦିନ ତଳେ ଦିଲ୍ଲୀରୁ ଟ୍ରେନ୍ ଯୋଗେ କେରଳ ଫେରିଥିଲେ।
ଏହି ୨୦ ଦିନ ମଧ୍ୟରେ ତାଙ୍କ ଶରୀରରେ କୌଣସି ପ୍ରକାରର କରୋନା ଲକ୍ଷଣ ଦେଖା ଯାଇ ନଥିଲା। ତଥାପି ସୁରକ୍ଷା ଦୃଷ୍ଟିରୁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲେ। ପରୀକ୍ଷା ବେଳେ ତାଙ୍କ ରିପୋର୍ଟ ପିଜିଟିଭ ଆସିଛି। ଏହାକୁ ନେଇ ଦିଲ୍ଲୀ ଓ କେରଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ମାର୍ଚ୍ଚ ୧୫ ତାରିଖରେ ଛାତ୍ର ଜଣଙ୍କ ଦିଲ୍ଲୀରୁ ଏରନାକୁଲମ ଆସୁଥିବା ଟ୍ରେନରେ ବସିଥିଲେ। ଏହାପରେ ୧୭ ତାରିଖ ଦିନ ନିଜ ଘରେ ପହଞ୍ଚିଥିଲେ। ସେବେଠାରୁ ଆଜି ଯାଏ ତାଙ୍କ ଶରୀରରେ କୌଣସି ଥଣ୍ଡା,କାଶ, ଛିଙ୍କ କିମ୍ବା କଫ ଦେଖିବାକୁ ମିଳି ନଥିଲା। ହେଲେ ସେ କେମିତି କରୋନାରେ ଆକ୍ରାନ୍ତ ହୋଇଛନ୍ତି, ତା’କୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।
from Odisha Reporter https://ift.tt/2V1crOs
No comments:
Post a Comment