ଲକଡାଉନ୍ ବେଳେ ଦାଦନଙ୍କୁ ‘ଗୁଗଲ୍’ କରୁଛି ସହୟତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 6, 2020

ଲକଡାଉନ୍ ବେଳେ ଦାଦନଙ୍କୁ ‘ଗୁଗଲ୍’ କରୁଛି ସହୟତା

ନୂଆଦିଲ୍ଲୀ: ଭାରତରେ ନୋଭେଲ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ୨୧ ଦିନିଆ ଲକଡାଉନ୍ କରାଯାଇଛି। ଏହି ଅବଧିରେ ଦୁନିଆର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍ ସହଯୋଗ କରିବାକୁ ଆଗେଇ ଆସିଛି। ଦେଶର ୩୦ଟି ସହରରେ ଖାଦ୍ୟ ଯୋଗାଣ ଏବଂ ରାତ୍ରି ଆଶ୍ରୟସ୍ଥଳଗୁଡ଼ିକର ଠିକଣା ଦେଖାଇବା ଆରମ୍ଭ କରିଦେଇଛି ଗୁଗଲ୍।

ଭାରତରେ ଲକଡାଉନ୍ ଦାଦନଙ୍କ ପାଇଁ ସତେ ଯେପରି ଦୁଃଖ ଆଣିଦେଇଛି। ଗୁଗଲ୍ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ସୁବିଧା ଫଳରେ ଅନେକ ପ୍ରବାସୀ ଶ୍ରମିକ ଉପକୃତ ହେବେ। ସେମାନେ ଦେଶର ୩୦ ସହରରେ ସେବା ପ୍ରଦାନକାରୀ ରିଲିଫ୍ କେନ୍ଦ୍ରଗୁଡ଼ିକର ଠିକଣା ସହଜରେ ପାଇପାରିବେ। ଏଥିଲାଗି ସେମାନଙ୍କୁ ସ୍ମାର୍ଟ ଫୋନରେ ‘ଗୁଗଲ୍ ମ୍ୟାପ୍’ ବ୍ୟବହାର କରିବାକୁ ପଡ଼ିବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀ ଓ କର୍ତ୍ତୃପକ୍ଷଙ୍କ ସହଯୋଗରେ ସମନ୍ୱୟ ରକ୍ଷା କରି ଗୁଗଲ୍ ଶ୍ରମିକ ବର୍ଗଙ୍କ ପାଇଁ ଏଭଳି ଏକ ନିଆରା ପଦକ୍ଷେପ ନେଇଛି।

ସୂଚନା ଯେ, ଗୁଗଲ୍ ଇଣ୍ଡିଆର ସିନିୟର ପ୍ରୋଗ୍ରାମ ମ୍ୟାନେଜର ଅନଲ ଘୋଷ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, କୋଭିଡ୍-୧୯ ପରିସ୍ଥିତିରେ ଲୋକଙ୍କ ଆବଶ୍ୟକତା ପୂରଣ କରିବା ଦିଗରେ ଆମେ ମିଳିତ ଭାବରେ ସମାଧାନର ଏକ ପ୍ରୟାସ ବାହାର କରିଛୁ। ଗୁଗଲ୍ ମ୍ୟାପରେ ଖାଦ୍ୟ ଓ ଆଶ୍ରୟସ୍ଥଳଗୁଡ଼ିକର ଠିକଣା ହିତାଧିକାରୀଙ୍କ ନିକରେ ସହଜରେ ପହଞ୍ଚାଇବା ଏହି ପ୍ରୟାସର ଲକ୍ଷ୍ୟ ରହିଛି। ଲୋକମାନେ ବର୍ତ୍ତମାନ ଗୁଗଲ୍ ମ୍ୟାପ୍, ସର୍ଚ୍ଚ ଏବଂ ଗୁଗଲ ଆସିଷ୍ଟାଣ୍ଟ ଜରିଆରେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ରିଲିଫ୍ କେନ୍ଦ୍ରଗୁଡ଼ିକର ଠିକଣା ଜାଣି ପାରିବେ ଏବଂ ସେବା ପ୍ରାପ୍ତ କରିପାରିବେ ବୋଲି ସେ କହିଛନ୍ତି।



from Odisha Reporter https://ift.tt/3e09oyJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages