ତିଆରି ହେଲା କରୋନା ଭ୍ୟାକସିନ, ମାଙ୍କଡ଼ଙ୍କ ଉପରେ ପରୀକ୍ଷା ସଫଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 23, 2020

ତିଆରି ହେଲା କରୋନା ଭ୍ୟାକସିନ, ମାଙ୍କଡ଼ଙ୍କ ଉପରେ ପରୀକ୍ଷା ସଫଳ

ବେଜିଂ: ପ୍ରଥମଥର ପାଇଁ ମହାମାରୀ କରୋନା ଭାଇରସକୁ ମାତ ଦେବାର ଆଶା ସଞ୍ଚାର ହୋଇଛି। କରୋନାକୁ ହରାଇବା ପାଇଁ ତିଆରି ଚାଲିଥିବା ଏକାଧିକ ଭ୍ୟାକସିନକୁ ପରୀକ୍ଷା ମୂଳକ ଭାବେ ମାଙ୍କଡ଼ ମାନଙ୍କ ଉପରେ ପ୍ରୟୋଗ କରାଯାଇଛି। ଏହି ପରୀକ୍ଷାରେ ବୈଜ୍ଞନିକମାନେ ସଫଳତା ମଧ୍ୟ ପାଇଛନ୍ତି। ଏବେ ଏହି ଭ୍ୟାକସିନକୁ ମଣିଷମାନଙ୍କ ଶରୀରରେ ପରୀକ୍ଷା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଯଦି ଏହା ମଣିଷଙ୍କ ଶରୀରରେ ବି ସଫଳତାର ସହ କାମ କଲା, ତା’ହେଲେ କରୋନା ସଙ୍କଟରୁ ବିଶ୍ୱ ନିଶ୍ଚିତ ଭାବେ ରକ୍ଷା ପାଇଯିବ ବୋଲି ଆଶା ପ୍ରକାଶ ପାଇଛି। ଚାଇନାର ଏକ ଔଷଧ ତିଆରି କରୁଥିବା କମ୍ପାନୀ ବିଶ୍ୱରେ ଏହି ଆଶା ସଞ୍ଚାର କରିଛି। ପରୀକ୍ଷା ମୂଳକ ଭାବେ କମ୍ପାନୀ ପକ୍ଷରୁ କିଛି ମାଙ୍କଡ଼ଙ୍କ ଉପରେ ବିକଶିତ ଭ୍ୟାକସିନକୁ ପରୀକ୍ଷା କରାଯାଇଥିଲା।

ପରୀକ୍ଷା ପରେ ସ୍ପଷ୍ଟ ହୋଇଛି ଯେ ଏହି ମାଙ୍କଡ଼ମାନେ କରୋନାରେ ଆକ୍ରାନ୍ତ ହେବେନାହିଁ। ଏଥିରେ ସଫଳତା ପାଇବା ପରେ କମ୍ପାନୀ ପକ୍ଷରୁ ମଣିଷଙ୍କ ଉପରେ ଏହାର ଟ୍ରାଏଲ ଆରମ୍ଭ କରାଯାଇଛି।

ଚାଇନାର ବେଜିଂରେ ଥିବା ଔଷଧ ନିର୍ମାଣ କମ୍ପାନୀ ସିନୋଭାକ ବାଓଟେକ ଦାବି କରିଛି ଯେ “ଆମେ ନିର୍ମାଣ କରିଥିବା ନୂଆ କରୋନା ଭାଇରସ ଭ୍ୟାକସିନର ଅଲଗା ଅଲଗା ଡୋଜ ୮ଟି ମାଙ୍କଟ ଉପରେ ପ୍ରୟୋଗ କରିଥିଲୁ। ଏହାର ୩ ସପ୍ତାହ ପରେ ମାଙ୍କଡ଼ ମାନଙ୍କ ଫୁସଫୁସରେ ଟ୍ୟୁବ ଜରିଆରେ କରୋନା ଭାଇରସ ଛଡ଼ା ଯାଇଥିଲା। କିନ୍ତୁ କାହା ଶରୀରରେ ବି କରୋନା ଭାଇରସ ସଂକ୍ରମଣ ହୋଇ ନଥିଲା।

ଯେଉଁ ମାଙ୍କଡ଼କୁ ସବୁଠାରୁ ଅଧିକ ଭ୍ୟାକସିନର ଡୋଜ ଦିଆଯାଇଥିଲା ସେହି ମାଙ୍କଡ଼ ହିଁ ଅଧିକ ସୁସ୍ଥ ଥିବା ଜଣାପଡ଼ିଥିଲା। ୭ ଦିନ ପରେ ଉକ୍ତ ମାଙ୍କଡ଼ର ଫୁସଫୁସ କିମ୍ବା ଶରୀରରେ କୌଣସି ବି କରୋନା ଲକ୍ଷଣ ଦେଖା ଯାଇ ନଥିଲା।

ଯେଉଁ ମାଙ୍କଡ଼ମାନଙ୍କୁ କମ ଡୋଜର ଭ୍ୟାକସିନ ଦିଆଯାଇଥିଲା, ସେମାନଙ୍କ ନିକଟରେ ଭାଇରାଲ ବ୍ଲିପ ଦେଖାଦେଇଥିଲା। କିନ୍ତୁ ପରେ ଏହାକୁ ନିୟନ୍ତ୍ରଣ କରିଦିଆଯାଇଥିଲା।”

ସିନୋଭାକର ବାଓଟେକର ନିର୍ଦ୍ଦେଶକ ମେଙ୍ଗ ୱେନିଙ୍ଗ କହିଛନ୍ତି, “ଏହି ପରୀକ୍ଷାରେ ଆମେ ସଫଳ ହୋଇଥିବାରୁ ଆମ ମନୋବଳ ବୃଦ୍ଧି ପାଇଛି। ଆମର ଆଶା ମଣିଷମାନଙ୍କ ଶରୀରରେ ମଧ୍ୟ ଏହି ଭ୍ୟାକସିନ କାମ କରିବ।”



from Odisha Reporter https://ift.tt/2zoXGOp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages