ଗାଁକୁ ଆସୁନି ନେଟ୍‌ୱାର୍କ; ଅନ୍‌ଲାଇନ୍‌ ପାଠପଢ଼ାରୁ ବଞ୍ଚିତ ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 23, 2020

ଗାଁକୁ ଆସୁନି ନେଟ୍‌ୱାର୍କ; ଅନ୍‌ଲାଇନ୍‌ ପାଠପଢ଼ାରୁ ବଞ୍ଚିତ ଛାତ୍ରଛାତ୍ରୀ

କୁଚିଣ୍ଡା(ଦେବେନ୍ଦ୍ର ବେହେରା): କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଆବଶ୍ୟକୀୟ ଦୋକାନ ବଜାରକୁ ଛାଡ଼ିଦେଲେ ସବୁ କିଛି ବନ୍ଦ ରହିଛି। ଏଥିସହ ସ୍କୁଲ ଓ କଲେଜ ମଧ୍ୟ ବନ୍ଦ ରହିଛି। ତେବେ ଛାତ୍ରଛାତ୍ରୀମାନେ ଘରେ ରହି ଅନ୍‌ଲାଇନ୍‌ ଦ୍ୱାରା ପାଠ ପଢ଼ିବାକୁ କୁହାଯାଇଛି।

ହେଲେ ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବଣ ପାହାଡ଼ ଘେରା ଖୋଲବିଲୁଙ୍ଗ ଗାଁରେ ମୋବାଇଲ ନେଟ୍‌ୱାର୍କ ଠିକ୍ ଭାବେ ଆସୁ ନଥିବାରୁ ଛାତ୍ରଛାତ୍ରୀମାନେ ବହୁ ହଇରାଣ ହେଉଛନ୍ତି। ଏହି ଗାଁର ଅଧିକାଂଶ ପିଲା ବାହାରେ ରହି ପଢ଼ୁଥିଲେ। ହେଲେ ଲକ୍‌ଡାଉନ୍‌ ଯୋଗୁ ସେମାନେ ଗାଁକୁ ପଳାଇ ଆସିଛନ୍ତି। ଗାଁରେ କିନ୍ତୁ ମୋବାଇଲ ନେଟ୍‌ୱାର୍କ ଠିକ୍ ଭାବେ ଆସୁ ନଥିବାରୁ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ କିପରି ପଢ଼ିବେ ସେନେଇ ଚିନ୍ତାରେ ରହିଛନ୍ତି।

ଏନେଇ ଜଣେ ଛାତ୍ରୀ କହିଛନ୍ତି,“୧୫ ଦିନ ହେଲାଣି ଅନ୍‌ଲାଇନ୍‌ରେ କ୍ଲାସ୍ ହେଉଛି। ହେଲେ ଆମ ଗାଁରେ ନେଟ୍‌ୱାର୍କ ଆସୁ ନଥିବାରୁ ମୁଁ ଗୋଟିଏ ହେଲେ କ୍ଲାସ୍‌ ଆଟେଣ୍ଡ୍‌ କରିପାରୁ ନାହିଁ। ସାର୍‌ମାନେ ଫୋନ୍ କରି କ୍ଲାସ୍‌ ଆଟେଣ୍ଡ କରିବାକୁ କହୁଛନ୍ତି।  ନୋଟ୍‌ ଦିଆଯାଉଛି, ହେଲେ ଆମେ ଲେଖିପାରୁ ନାହୁଁ। ଏପରି ଚାଲିଲେ ଆମ ବର୍ଷକର ପରିଶ୍ରମ ନଷ୍ଟ ହୋଇଯିବ। ପ୍ଲସ୍‌ ଟୁ ରେଜଲଟ୍‌ ଖରାପ ହେବାର ଆଶଙ୍କା ଭିତରେ ଆମେ ଦିନ କାଟୁଛୁ ।”

 



from Odisha Reporter https://ift.tt/2KwR6YE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages