ଲକଡାଉନ ୨.୦ ଲାଗୁ କଲେ ମୋଦି, ମେ’ ୩ ଯାଏ ପାଳନ ହେବ ନିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 13, 2020

ଲକଡାଉନ ୨.୦ ଲାଗୁ କଲେ ମୋଦି, ମେ’ ୩ ଯାଏ ପାଳନ ହେବ ନିୟମ

ନୂଆଦିଲ୍ଲୀ: ସବୁ ଅପେକ୍ଷାର ଅନ୍ତ ଘଟିଛି। ମହାମାରୀ କରୋନା ବିରୋଧରେ ଲଢ଼େଇ କରିବାକୁ ପୁଣିଥରେ ମେ’ ୩ ଯାଏ ଦେଶରେ ତାଲା ବନ୍ଦ ପାଳନ କରିବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଆଜି ଠିକ ଦିନ ୧୦ଟା ବେଳେ ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ। ଏହି ସମୟରେ ସେ ଲକଡାଉନ ଅବଧିର ବୃଦ୍ଧି ସମ୍ପର୍କରେ ସୂଚନା ଦେଇଛନ୍ତି।

ଏପ୍ରିଲ ୨୦ ଯାଏ ଏହି କଟକଣା କଡ଼ାକଡ଼ି ଭାବେ ପାଳନ କରାଯିବ। ଯଦି ଏହି ସମୟସୀମା ମଧ୍ୟରେ ଯେଉଁ ସବୁ ସ୍ଥାନରେ କରୋନା ହଟସ୍ପଟ ସୃଷ୍ଟି ହେବନାହିଁ। ସେଠାରେ କଟକଣାକୁ ସମାନ୍ୟ କୋହଲ କରାଯିବ ବୋଲି ମୋଦି କହିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ପାଇଁ ଗାଇଡଲାଇନ ଆସନ୍ତାକାଲି ପ୍ରକାଶ କରାଯିବ। ଏପ୍ରିଲ ୨୦ ଯାଏ ସମସ୍ତ ଜିଲ୍ଲା, ରାଜ୍ୟ ଓ ସ୍ଥାନୀୟ ଅଞ୍ଚଳର ସ୍ଥିତି ତୀକ୍ଷ୍ଣ ଭାବେ ସମୀକ୍ଷା କରାଯିବ। ଯେଉଁ ରାଜ୍ୟରେ ଲକଡାଉନ କଟକଣା କଡ଼ାକଡ଼ି ଭାବେ ପାଳନ କରାଯାଉଛି, ସେଠାରେ ସାମାନ୍ୟ ନୀତି କୋହଳ ପାଇଁ ସର୍ତ୍ତ ମୂଳକ ଅନୁମତି ଦିଆଯିବ।

ପୂର୍ବରୁ ମାର୍ଚ୍ଚ ୨୫ରୁ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଥିଲା। ଆଜି ମଧ୍ୟରାତ୍ରରେ ଏହି ଅବଧି ଶେଷ ହେବାର ଥିଲା। କିନ୍ତୁ କରୋନା କାୟାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ଲକଡାଉନ ୨.୦ ଲାଗୁ କରିଛନ୍ତି।

ଏହି ଦ୍ୱିତୀୟ ଲକଡାଉନର ଅବଧି ୧୯ ଦିନ ରହିଛି। ଅର୍ଥାତ ୧୫ ଏପ୍ରିଲରୁ ଏହା କାର୍ଯ୍ୟକାରୀ ହୋଇ ମେ’ ୩ ଯାଏ ଲକଡାଉନ ପାଳନ କରାଯିବ। ପ୍ରଥମ ପର୍ଯ୍ୟାୟ ଲକଡାଉନ ବେଳେ ପ୍ରାୟ ସବୁ କ୍ଷେତ୍ରରେ କଟକଣା ଲାଗିଥିଲା। କିନ୍ତୁ ଏଥର ଜାନ ବି ଓ ଜାହାନ ବି ନୀତି ଆପଣାଇଛନ୍ତି ମୋଦି ସରକାରର। ଜୀବନ ସହ ଅର୍ଥନୀତିକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ଆଜି ମୁହଁରେ ମାସ୍କ ବାନ୍ଧି ମୋଦି ଦେଶବାସୀଙ୍କ ସାମ୍ନାକୁ ଆସିଥିଲେ। ତେବେ ନିଜର ଉଦବୋଧନ ବେଳେ ଏହାକୁ ଖୋଲି ଦେଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୋଦି କୌଣସି ମେଡିସିନ ଦୋକାନରୁ ମାସ୍କ ଆଣି ନଥିଲେ। ହେଲେ ନିଜର ଉତ୍ତରୀୟ ଜରିଆରେ ନିଜ ନାକ ଓ ପାଟିକୁ ଘୋଡ଼ାଇ ରଖିଥିଲେ।

ମୋଦି ଆଜି କହିଛନ୍ତି, “୨୧ ଦିନିଆ ଲକଡାଉନ ଯୋଗୁ ଅନେକ ଲୋକ କଷ୍ଟ ସହିଛନ୍ତି। କିଏ ଖାଇବା ପାଇଁ ସଂଘର୍ଷ କରୁଥିବା ବେଳେ ଆଉ କିଏ ନିଜ ପରିବାରର ଠାରୁ ଦୂରରେ ରହିଛି। ତଥାପି ଆପଣମାନେ କରୋନା ଲଢ଼େଇରେ ନିଜକୁ ସାମିଲ କରି ଲକଡାଉନକୁ ସଫଳ କରିଛନ୍ତି। ଏଥିପାଇଁ ସମସ୍ତଙ୍କୁ ଶତଶତ ନମସ୍କାର ଓ ଧନ୍ୟବାଦ। ଦେଶବାସୀଙ୍କ ଧୈର୍ଯ୍ୟ ପାଇଁ ଆମେ କିଛି କ୍ଷେତ୍ରରେ କରୋନାକୁ ରୋକିବାରେ ସକ୍ଷମ ହୋଇପାରିଛୁ। ଆପଣମାନେ କଷ୍ଟ ସହିଥିବାରୁ ଦେଶ ବର୍ତ୍ତି ଯାଇଛି। ଅନେକ ରାଜ୍ୟରେ ନୂଆ ବର୍ଷ ଆରମ୍ଭ ହୋଇଛି। ହେଲେ ଲକଡାଉନ ବେଳେ ଲୋକମାନେ ଏହି ପର୍ବକୁ ଘର ଭିତରେ ରହି ପାଳନ କରିଛନ୍ତି। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ।

ବିଶ୍ୱରେ କରୋନା ସ୍ଥିତି ଯାହା ସେକଥା ସମସ୍ତେ ଜାଣିଛନ୍ତି। ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତରେ କେମିତି କରୋନାର ମୁକାବିଲା ହେଉଛି ସେକଥା ସମସ୍ତେ ଦେଖୁଛନ୍ତି। ଦେଶବାସୀ ଏହାର ସାକ୍ଷୀ ରହିଛନ୍ତି। ଭାରତରେ ମାତ୍ର ୫୫୦ କରୋନା ଆକ୍ରାନ୍ତ ଥିବା ବେଳେ ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଥିଲା। ସ୍ଥିତି ବିଗିଡ଼ିବା ପୂର୍ବରୁ ହିଁ ଭାରତରେ କଟକଣା ଲାଗୁ ହୋଇଥିଲା।

ବିଶ୍ୱର ବଡ଼ ବଡ଼ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତର ସ୍ଥିତି ବେଶ ସକାରାତ୍ମକ ରହିଛି। ମାସେ ଦେଢ଼ ମାସ ପୂର୍ବରୁ କିଛି ଦେଶର ସ୍ଥିତି ଭାରତ ସମକକ୍ଷ ଥିଲା। ହେଲେ ଏହି ସମୟ ସୀମା ମଧ୍ୟରେ ଉକ୍ତ ରାଷ୍ଟ୍ରଗୁଡ଼ିକରେ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା ୩୦ରୁ ୪୦ ଗୁଣ ବଢ଼ି ଯାଇଛି। ହେଲେ ଭାରତ ସମୟ ଥାଉ ଥାଉ ପଦକ୍ଷେପ ନେଇଥିବାରୁ ଆଜି ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଦେଶର ରାଜ୍ୟ ସରକାରମାନେ ମଧ୍ୟ ବହୁ ଦାୟିତ୍ୱବାନ ଭାବେ କାର୍ଯ୍ୟ କରିଛନ୍ତି। ୨୪ ଘଣ୍ଟା ସମସ୍ତେ ନିଜର ଦାୟିତ୍ୱ ଠିକ ଭାବେ କାର୍ଯ୍ୟ କରିଛନ୍ତି।

ତଥାପି କରୋନା ଯେଉଁଭଳି ଭାବେ ବ୍ୟାପୁଛି, ତା’କୁ ଦେଖି ସମସ୍ତେ ଅଧିକ ସତର୍କ ହୋଇଛନ୍ତି। ଏବେ ଆମେ ଆଗକୁ କ’ଣ କରିବା ଓ କରୋନାକୁ କେମିତି କରିବା, ସେନେଇ ରାଜ୍ୟମାନଙ୍କ ସହ ନିରନ୍ତର ଆଲୋଚନା ଚାଲିଛି। ସମସ୍ତେ ଲକଡାଉନ ସପକ୍ଷରେ ମତ ଦେଇଛନ୍ତି। ତେଣୁ ସବୁ କଥାକୁ ବିଚାର କରି ମେ’ ୩ ଯାଏ ଲକଡାଉନ ବୃଦ୍ଧି କରାଯାଉଛି।”



from Odisha Reporter https://ift.tt/2XwmZbh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages