କରୋନା ଲକ୍‌ଡାଉନ୍‌: ରାସ୍ତାରେ ପଡ଼ିଥିବା କ୍ଷୀର ପାଇଁ ମଣିଷ ଓ କୁକୁର ମଧ୍ୟରେ ପ୍ରତିଯୋଗିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 13, 2020

କରୋନା ଲକ୍‌ଡାଉନ୍‌: ରାସ୍ତାରେ ପଡ଼ିଥିବା କ୍ଷୀର ପାଇଁ ମଣିଷ ଓ କୁକୁର ମଧ୍ୟରେ ପ୍ରତିଯୋଗିତା

ଲକ୍ଷ୍ନୌ: କରୋନା ମହାମାରୀ ପାଇଁ ସାରା ଦେଶରେ ଲକଡାଉନ ଜାରି ହୋଇଛି। ଏହି କାରଣରୁ ଦିନ ମଜୁରିଆଙ୍କ ଠାରୁ ଆରମ୍ଭ କରି ଗରିବ ଲୋକମାନେ ଖାଇବା ପାଇଁ ଅନେକ ସଂଘର୍ଷ କରୁଛନ୍ତି। କିଏ ସରକାରଙ୍କ ହାତ ଟେକାକୁ ଅନେଇ ବସିଥିବା ବେଳେ ଅନ୍ୟ କେହି ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଖାଦ୍ୟ ଆଣୁଛି। ଏପରି କି କିଛି ଲୋକ ଖାଇବାକୁ ମଧ୍ୟ ପାଉନାହାନ୍ତି।

କେବଳ ମଣିଷ ନୁହେଁ ପଶୁପକ୍ଷୀମାନେ ମଧ୍ୟ ଲକଡାଉନ ଯୋଗୁ ଖାଇବାକୁ ନ ପାଇ ବିକଳ ହେବାରେ ଲାଗିଛନ୍ତି। ତେବେ ଏସବୁ ଭିତରେ ଆଗ୍ରାରୁ ଏକ ସାଂଘାତିକ ଓ ହୃଦୟବିଦାରକ ଫଟୋ ସାମ୍ନାକୁ ଆସିଛି। ରାସ୍ତାରେ ପଡ଼ିଥିବା କ୍ଷୀର ନେବା ପାଇଁ ମଣିଷ ଓ କୁକୁର ମଧ୍ୟରେ କେମିତି ପ୍ରତିଯୋଗିତା ଲାଗିଛି ତା’ର ଦୃଶ୍ୟ ଏଥିରେ ରହିଛି।

ଲୋକଟିଏ ରାସ୍ତାରେ ବୋହି ଯାଉଥିବା କ୍ଷୀରକୁ ଯଥାଶୀଘ୍ର ଏକ ପାତ୍ରରେ ଭର୍ତ୍ତି କରି ନିଜ ସହ ନେବାକୁ ଚେଷ୍ଟା କରୁଥିବା ବେଳେ ୪ରୁ ୫ଟି କୁକୁର ସେହି କ୍ଷୀରକୁ ମଧ୍ୟ ଖାଇବାରେ ଲାଗିଛନ୍ତି। କୁକୁର ଓ ମଣିଷ ଭିତରେ ଖାଦ୍ୟ ପାଇଁ ସଂଘର୍ଷ ବେଳର ଏହି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି।

ଆଗ୍ରାର ରାମ ବାଗ ଚୌରା ଅଞ୍ଚଳରେ ଗୋଟିଏ ବିରାଟ କ୍ଷୀର କଣ୍ଟେନର ଓଲଟି ପଡ଼ିଥିଲା। ଫଳରେ ରାସ୍ତାରେ କ୍ଷୀର ଢାଳିଯାଇଥିଲା। ପାଣି ଭଳି କ୍ଷୀର ମଧ୍ୟ ରାସ୍ତାରେ ପଡ଼ି ବୋହିଥିଲା। ଏହି ସମୟରେ କ୍ଷୀର ମାଲିକ କିଛି ଉପାୟ ନ ପାଇ ଚାଲି ଯାଇଥିଲେ। ହେଲେ ଖାଦ୍ୟ ପାଇଁ ସଂଘର୍ଷ କରୁଥିବା କିଛି କୁକୁର ଓ ଜଣେ ଲୋକଙ୍କ ମଧ୍ୟରେ ରାସ୍ତାରେ ବୋହି ଯାଉଥିବା କ୍ଷୀରକୁ ସଂଗ୍ରହ କରିବା ପାଇଁ ଆରମ୍ଭ ହୋଇଥିଲା ପ୍ରତିଯୋଗିତା

କୁକୁରଗୁଡ଼ିକ ଯଥା ସମ୍ଭବ ଶୀଘ୍ର କ୍ଷୀରକୁ ପିଇବାକୁ ଚେଷ୍ଟା କରୁଥିବା ବେଳେ ଜଣେ ବ୍ୟକ୍ତି ରାସ୍ତାରୁ ଆଞ୍ଜୁଳା ଆଞ୍ଜୁଳା କ୍ଷୀର ଗୋଟିଏ ମାଟି ପାତ୍ରରେ ନିଜ ପାଇଁ ସଂଗ୍ରହ କରିବାରେ ଲାଗିଥିଲେ। କୁକୁର କ୍ଷୀରକୁ ମୁହଁ ମାରିଥିଲେ ହେଁ ବ୍ୟକ୍ତି ଜଣଙ୍କ ଏହାକୁ ଭୃକ୍ଷେପ ନ କରି ରାସ୍ତା ଉପରୁ କ୍ଷୀର ନେବାରେ ଲାଗିଥିଲେ।
ଏହି ଘଟଣାର ଭିଡିଓ ଓ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।



from Odisha Reporter https://ift.tt/2VuDT7y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages