ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ ପୋର୍ଟ ନିଷିଦ୍ଧାଞ୍ଚଳରେ ଏକ ଟ୍ରକ୍ରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିବା ଜଣାଯାଇଛି। ଏଥିରେ କେହି ମୃତାହତ ହୋଇ ନାହାନ୍ତି।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୨ଟା ବେଳେ ଟ୍ରକ୍ଟି ପାରାଦୀପ ପୋର୍ଟ ନିଷିଦ୍ଧାଞ୍ଚଳରେ ଆଇରନ୍ ଅନ୍ଲୋଡ୍ କରି ଫେରୁଥିଲେ। ଏହି ସମୟରେ ଟ୍ରକ୍ର ୱୟାରିଂରେ ସର୍ଟ ସର୍କିଟ୍ ହେବା ଯୋଗୁ ହଠାତ୍ ଟ୍ରକ୍ରେ ନିଆଁ ଲାଗି ଯାଇଥିଲା।
ଏହାଦେଖି ଟ୍ରକ୍ ଡ୍ରାଇଭର ଗାଡ଼ି ରଖି ଓହ୍ଲାଇ ପଡ଼ିଥିଲେ। ସେଠାରେ ଥିବା ଶ୍ରମିକମାନେ ସ୍ପ୍ରିଙ୍କଲର୍ ପାଇପ ସାହାଯ୍ୟରେ ପାଣି ସ୍ପ୍ରେ କରି ନିଆଁ ଲିଭାଇଥିଲେ।
from Odisha Reporter https://ift.tt/2Ks6mWA
No comments:
Post a Comment