ଗ୍ରାମାଞ୍ଚଳ ପାଇଁ ମୋଦିଙ୍କ ସ୍ୱାମିତ୍ୱ ଯୋଜନା, ଇ-ଗ୍ରାମ ଆପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 24, 2020

ଗ୍ରାମାଞ୍ଚଳ ପାଇଁ ମୋଦିଙ୍କ ସ୍ୱାମିତ୍ୱ ଯୋଜନା, ଇ-ଗ୍ରାମ ଆପ

ନୂଆଦିଲ୍ଲୀ: କରୋନା ଲଢ଼େଇ ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସରପଞ୍ଚମାନଙ୍କ ସହ ଆଲୋଚନା କରିଛନ୍ତି। ଆଜି ହେଉଛି ଜାତୀୟ ପଞ୍ଚାୟତରାଜ ଦିବସ। ଏଥିପାଇଁ ଆଜି ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ସରପଞ୍ଚମାନଙ୍କ ସହ ଆଲୋଚନା କରି କରୋନା ଲଢ଼େଇର ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି।

କରୋନା ମାଡ଼ରେ ଦେଶର ଅର୍ଥନୀତି ସହ ଗ୍ରାମାଞ୍ଚଳରେ ବି ବ୍ୟବସାୟ ଠପ ହୋଇଯାଇଛି। ଗ୍ରାମାଞ୍ଚଳର ଅର୍ଥନୀତିକୁ ଆଗକୁ ନେବା ପାଇଁ ମୋଦି ଆଜି ସ୍ୱାମିତ୍ୱ ଯୋଜନା ଓ ଇ-ଗ୍ରାମ ଆପ ଲଞ୍ଚ କରିଛନ୍ତି। ମୋଦି କହିଛନ୍ତି, ପଞ୍ଚାୟତ ସଶକ୍ତ ହେଲେ, ଅର୍ଥନୀତି ସଶକ୍ତ ହୋଇପାରିବ। ସେହିପରି ଏହାର ପ୍ରଭାବ ଦେଶର ଅର୍ଥନୀତିକ ଅଭିବୃଦ୍ଧିରେ ବି ସହାୟକ ହେବ। ତେଣୁ ଗ୍ରାମାଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରିବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ଗାଁ ମୁଖିଆଙ୍କ ସହ ଆଲୋଚନା କରିବା ବେଳେ ମୋଦି ନିଜ ପାଟି ଓ ନାକକୁ ଉତ୍ତରୀୟ ଦ୍ୱାରା ଘୋଡ଼ାଇ ରଖିଥିଲେ। ସେ ଆହୁରି କହିଛନ୍ତି, “କରୋନା ଲଢ଼େଇ ପାଇଁ ପ୍ରମୁଖ ଅସ୍ତ୍ର ହେଉଛି ସାମାଜିକ ଦୂରତା। ସହରାଞ୍ଚଳରେ ଏହାକୁ ସାମାଜିକ ଦୂରତା କୁହାଯାଉଥିବା ବେଳେ ଗ୍ରାମାଞ୍ଚଳର ଲୋକମାନେ ସମସ୍ତଙ୍କୁ ଦୋ ଗଜ କୀ ଦୂରୀ ମନ୍ତ୍ର ଦେଇଛନ୍ତି।

କରୋନା ଭାଇରସ ବିପର୍ଯ୍ୟୟ ଆମକୁ ଆତ୍ମନିର୍ଭଶୀଳ ହେବା ଶିଖାଇଛି। ଏଥିସହ ଆମେ କାହା ଉପରେ ନିର୍ଭର କରି ନ ଥାଉ ବୋଲି ପ୍ରମାଣିତ କରିଛି। ସହରବାସୀଙ୍କ ତୁଳନାରେ ଗାଁଗୁଡ଼ିକରେ କରୋନା ଭଳି ଜାତୀୟ ସ୍ୱାସ୍ଥ୍ୟ ସମସ୍ୟାକୁ ଅଧିକ ସଶକ୍ତ ଭାବେ ମୁକାବିଲା କରାଯାଇଛି। ତେଣୁ ଆମମାନଙ୍କୁ ଆପଣମାନଙ୍କ(ଗାଁ ମୁଖିଆ)ଠାରୁ ଅନେକ କିଛି ଶିଖିବାର ରହିଛି।

କରୋନା ଭାଇରସ ଯୋଗୁ ଆମେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛେ। ଆଗକୁ ମଧ୍ୟ ଅନେକ ସମସ୍ୟାକୁ ସମ୍ମୁଖୀନ ହେବା। ଏଥିରେ ଡରି ନ ଯାଇ ଆମକୁ ଏହାର ମୁକାବିଲା କରିବାକୁ ହେବ। ଆମ ପାଖରେ ଉନ୍ନତ ଧରଣର ଟେକ୍ନୋଲଜି ରହିଛି। ସେହି ଟେକ୍ନୋଲଜି ଦ୍ୱାରା ଆଜି ଆମେମାନେ ଏକାଠି ବୈଠକ କରି ପାରୁଛେ।”



from Odisha Reporter https://ift.tt/2zut4vb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages