ଦକ୍ଷିଣ କୋରିଆରେ ସୁସ୍ଥ ହୋଇ ଫେରିଥିବା ୯୧ ଜଣ ପୁଣି କରୋନାରେ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 10, 2020

ଦକ୍ଷିଣ କୋରିଆରେ ସୁସ୍ଥ ହୋଇ ଫେରିଥିବା ୯୧ ଜଣ ପୁଣି କରୋନାରେ ଆକ୍ରାନ୍ତ

ସିଓଲ: କରୋନା ଭାଇରସକୁ ନେଇ ଦକ୍ଷିଣ କୋରିଆରେ ନୂଆ ଚିତ୍ର ସାମ୍ନାକୁ ଆସିଛି। ଯେଉଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିଲେ ସେଥିମଧ୍ୟରୁ ପୁଣିଥରେ କିଛି କରୋନାରେ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି। ଯାହାକି କେବଳ ଦକ୍ଷିଣ କୋରିଆ ନୁହେଁ ସମସ୍ତ କରୋନା ଆକ୍ରାନ୍ତ ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଶୁକ୍ରବାର ଦକ୍ଷିଣ କୋରିଆରେ ୯୧ ଜଣ ନୂଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କିଭଳି ପୁଣିଥରେ ଏହି ଆକ୍ରାନ୍ତ ସଂକ୍ରମିତ ହେଲେ ସେ ନେଇ ସବିଶେଷ ତଥ୍ୟ ସାମ୍ନାକୁ ଆସିନାହିଁ। ଦକ୍ଷିଣ କୋରିଆରେ ମୋଟ୍ ୧୦,୪୫୦ ଜଣ ସଂକ୍ରମିତ ହୋଇଛନ୍ତି। ୭,୧୧୭ ଜଣ ସୁସ୍ଥ ହୋଇଥିବାବେଳେ ୨୦୮ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ୩,୧୨୫ ଜଣ ଚିକିତ୍ସାଧୀନ ରହିଛନ୍ତି। ଦକ୍ଷିଣ କୋରିଆ ହେଉଛି ଏମିତି ଏକ ଦେଶ ଯିଏକି କରୋନାକୁ ରୋକିବାରେ ଏକ ପ୍ରକାର ସଫଳ ହୋଇଛି। ପ୍ରାଥମିକ ଭାବରେ ଏହି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିଲା। ହେଲେ ସରକାରଙ୍କ ଆବଶ୍ୟକ ନିୟମକୁ ଲୋକମାନେ ପାଳନ କରିବା ଏବଂ କରୋନା ଟେଷ୍ଟ ଅଧିକରୁ ଅଧିକ ହେବାରୁ ଏଠାରେ ମୃତ୍ୟୁ ସଂଖ୍ୟା ତୁଳନାରେ ସୁସ୍ଥହେବା ହାର ଅଧିକ ରହିଛି। ତେବେ ପୁଣିଥରେ ୯୧ ଜଣ କରୋନାରେ ଆକ୍ରାନ୍ତ ହେବା ଏଠିକାର ବିଶେଷଜ୍ଞଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଦକ୍ଷିଣ କୋରିଆର ଗୁରୋ ହସ୍ପିଟାଲର ପ୍ରଫୋସର ବୃ-ଜୃ କହିଛନ୍ତି, ଏବେ ୯୧ ଜଣ ପୁଣିଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଗାମୀ ଦନିରେ ଏହି ସଂଖ୍ୟା କେତେ ହେବ ଏବେ ଆକଳନ କରିହେବନି। ସେହିପରି ଅନ୍ୟ ଜଣେ ଡାକ୍ତର କହିଛନ୍ତି, ଏହି ଆକ୍ରାନ୍ତମାନେ ପ୍ରଥମେ ଚିକିତ୍ସା ହେବାବେଳେ ଏହି ଭାଇରସଟି ନିଷ୍କ୍ରିୟ ହୋଇଯାଇଥିବ। ଏବେ ପୁଣିଥରେ ସକ୍ରିୟ ହୋଇଛି।



from Odisha Reporter https://ift.tt/2UX5G1o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages