ଭୁବନେଶ୍ୱରର ୫ଟି ସ୍କୁଲ୍‌ରେ ସ୍ୱାବ୍ ନମୁନା ସଂଗ୍ରହ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 10, 2020

ଭୁବନେଶ୍ୱରର ୫ଟି ସ୍କୁଲ୍‌ରେ ସ୍ୱାବ୍ ନମୁନା ସଂଗ୍ରହ ଆରମ୍ଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଭିଡ୍-୧୯ ଟେଷ୍ଟ ପାଇଁ ଆଜିଠାରୁ ଭୁବନେଶ୍ୱରର ବିଭିନ୍ନ ସ୍କୁଲରେ ଆରମ୍ଭ ହୋଇଛି ନମୁନା ସଂଗ୍ରହ ପ୍ରକ୍ରିୟା। ରାଜଧାନୀର ୫ଟି ସ୍କୁଲ୍‌ରେ ମେଡିକାଲ୍ ଟିମ୍ ସନ୍ଦିଗ୍ଧଙ୍କ ଠାରୁ ନମୁନା ସଂଗ୍ରହ କରୁଛନ୍ତି। ସକାଳ ୯ରୁ ମଧ୍ୟାହ୍ନ ୧୨ ଓ ଅପରାହ୍ନ ୩ ରୁ ୫ଟା ଯାଏଁ କରୋନା ସନ୍ଦିଗ୍ଧଙ୍କ ଠାରୁ ନମୁନା ସଂଗ୍ରହ କରାଯିବ। ଭୁବନେଶ୍ୱରରେ ୪୦୦୦ ଟେଷ୍ଟ୍ କିଟ୍ ପହଞ୍ଚିବା ପରେ ଏହି ପଦକ୍ଷେପ ନିଆଯାଇଛି। ବିଶେଷ କରି ଯେଉଁମାନଙ୍କର ଟ୍ରାଭେଲ୍ ହିଷ୍ଟ୍ରୀ ରହିଥିବ ଓ ଯେଉଁମାନେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ, ସେମାନଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ଟେଷ୍ଟ୍ କରାଯିବ।

ଝାରପଡ଼ା ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର ସରକାରୀ ହାଇସ୍କୁଲ, ସହିଦ ନଗର ସରକାରୀ ହାଇସ୍କୁଲ, ଗଣ୍ଡମୁଣ୍ଡା ୟୁଜି ହାଇସ୍କୁଲ ଓ ନୟାପଲ୍ଲୀ ମମତାଜ ଅଲୀ ହାଇସ୍କୁଲରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି। ୧୭ ତାରିଖ ଯାଏ ଚାଲିବ ମେଡିକାଲ୍ ଟିମର ନମୁନା ସଂଗ୍ରହ ଓ ଟେଷ୍ଟ। ଏହି ସମୟରେ ସ୍କୁଲ୍‌ର ଦୁଇ ଜଣ ଶିକ୍ଷକ, ଜଣେ ସ୍ୱିପର ଓ ଜଣେ ଓ୍ୱାଚ୍‌ମ୍ୟାନ୍‌ ଉପସ୍ଥିତ ରହିବେ। ଏନେଇ ଗତକାଲି ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଥିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ଅନ୍ୟପକ୍ଷରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି। ଗତକାଲି ରାତିରେ ୨ ନୂଆ ରୋଗୀ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୫୦ ଛୁଇଁଛି। ୨ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ଗତକାଲି ରାତିରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିଜ ୱେବ୍‌ସାଇଟ୍‌ରେ ସୂଚନା ଦେଇଥିଲା। ଗତକାଲି ୨୯୮ ଜଣଙ୍କ ଟେଷ୍ଟ କରାଯାଇଥିବା ବେଳେ ଦୁଇ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ୨୯୬ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଏମାନେ କେଉଁ ଅଞ୍ଚଳର ସୂଚନା ମିଳିନାହିଁ। ବର୍ତ୍ତମାନ ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭ ରହିଛି। ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ସେମାନଙ୍କର ଚିକିତ୍ସା ଚାଲିଛି। ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩ ହଜାର ୫୪୭ ନମୁନା ପରୀକ୍ଷଣ ହୋଇଥିବାବେଳେ ସେଥିମଧ୍ୟରୁ ୩ହଜାର ୪୯୭ ନେଗେଟିଭ୍ ଆସିଛି।



from Odisha Reporter https://ift.tt/3eiNAij

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages