ପୁଣି ଚୀନ୍ ଉପରେ ବର୍ଷିଲେ ଆମେରିକା ରାଷ୍ଟ୍ରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 30, 2020

ପୁଣି ଚୀନ୍ ଉପରେ ବର୍ଷିଲେ ଆମେରିକା ରାଷ୍ଟ୍ରପତି

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଚୀନ୍ ଉପରେ ବର୍ଷିଛନ୍ତି। କରୋନା ଭାଇରସ ଚୀନର ଉହାନ ଲ୍ୟାବରୁ ତିଆରି ହୋଇଛି ବୋଲି ସେ କହିଛନ୍ତି। ଚୀନର ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭିରୋଲୋଜିର ଜୈବିକ ପରୀକ୍ଷାଗାରରେ ତିଆରି ହୋଇଛି ବୋଲି ସେ କହିଛନ୍ତି। ତେବେ କ’ଣ ରହିଛି ପ୍ରମାଣ ସେ ବାବଦରେ କିଛି କହି ନାହାନ୍ତି ଟ୍ରମ୍ପ।

ହ୍ୱାଇଟ୍ ହାଉସରେ କରୋନା ସମ୍ପର୍କରେ ଟ୍ରମ୍ପ ମତ ରଖୁଥିଲେ। ଏହି ସମୟରେ ସାମ୍ୱାଦିକମାନେ ପଚାରିଥିଲେ କରୋନା ଚୀନର ଲ୍ୟାବରୁ ତିଆରି ହୋଇଥିବାର କ’ଣ ପ୍ରମାଣ ରହିଛି। ଜବାବରେ ଟ୍ରମ୍ପ କହିଥିଲେ ‘ହଁ ମୋ ପାଖରେ ପ୍ରମାଣ ରହିଛି, ହେଲେ କ’ଣ ରହିଛି ପ୍ରମାଣ ସେ ବାବଦରେ ସୂଚନା ଦେବାର ଅଧିକାର ନାହିଁ, ଏହା ମୋର କ୍ଷମତା ବାହାରେ’। ତେବେ ଆମେରିକାର ଏହି ଦାବିକୁ ଚୀନ ପୂର୍ବରୁ ଖଣ୍ଡନ କରି ଆସିଛି। ହେଲେ ତଦନ୍ତ ବା ସମୀକ୍ଷା ପାଇଁ କୌଣସି ଟିମକୁ ଯିବାକୁ ଅନୁମତି ଦେଉ ନାହିଁ ଚୀନ୍। ଯେଉଁଥିପାଇଁ ଚୀନକୁ ଏବେ ଅନେକ ଦେଶ ସନ୍ଦେହ ଘେରରେ ଦେଖୁଛନ୍ତି।

ଟ୍ରମ୍ପ କହିଛନ୍ତି, ଆମେ ସମସ୍ତେ ଏବେ ଭାଇରସର ଉତ୍ପତିକୁ ନେଇ ତଦନ୍ତ ଜାରି ରଖିଛୁ। ଖୁବଶୀଘ୍ର ଏହାର ପ୍ରମାଣ ମିଳିବ। ସମସ୍ତେ ଏ ବାବଦରେ ଜାଣିବାକୁ ପାଇବେ।

ଏହି ଘାତକ ଭାଇରସ ଏବେ  ୨୧୦ଟି ଦେଶକୁ ବ୍ୟାପିଛି। ଆମେରିକାରେ ସର୍ବାଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ବରଣ କରିଛନ୍ତି। ହେଲେ ଯେଉଁଠି ଏହି ଭାଇରସର ଉତ୍ପତି ହୋଇଛି ସେ ଏବେର ସଂଖ୍ୟା ଅନୁସାରେ କମ୍ ପ୍ରଭାବିତ ହୋଇଛି। ଏମିତିକି ଅନେକ ରିପୋର୍ଟ ଆସିଛି ଚୀନ୍ ଅନ୍ୟ ଦେଶର ଭୟରେ ନିଜ ଦେଶର ମୃତ୍ୟୁ ଓ ଆକ୍ରାନ୍ତଙ୍କ ସଂଖ୍ୟା ଲୁଚାଇଛି।



from Odisha Reporter https://ift.tt/2YofRhU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages