କଣ୍ଟେନମେଣ୍ଟ ଜୋନରେ ନିୟୋଜିତ ୪୦ ପୁଲିସ କରୋନାରେ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 30, 2020

କଣ୍ଟେନମେଣ୍ଟ ଜୋନରେ ନିୟୋଜିତ ୪୦ ପୁଲିସ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ୨୪ ଘଣ୍ଟାରେ ୧,୧୪୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୭୩ ଜଣଙ୍କର ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରେ ମହାରାଷ୍ଟ୍ର ମାଲେଗାଁଓର ୪୦ ପୁଲିସ ମଧ୍ୟ ରହିଛନ୍ତି। ଏହି ସମସ୍ତ ପୁଲିସ କରୋନା କଣ୍ଟେନମେଣ୍ଟ ଜୋନରେ ନିୟୋଜିତ ଥିଲେ। ମହାରାଷ୍ଟ୍ରର ଏହି ସହର ଏବେ କରୋନାର ହଟସ୍ପଟ ପାଲଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏବେ ମାଲେଗାଁଓରୁ କେବଳ ୨୫୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ମହାରାଷ୍ଟ୍ରରେ ୧୦, ୪୯୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୮,୨୬୬ ଜଣ ଏବେ ଚିକିତ୍ସାଧୀନ ରହିଛନ୍ତି। ୧, ୭୭୩ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବାବେଳେ ୪୫୯ ଜଣଙ୍କର ମୃତ୍ୟୁ ଘଟିଛି।

ସେହିପରି କରୋନାରେ ଜଣେ ୫୩ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ପ୍ଲାଜମା ଥେରାପୀରେ ଚିକିତ୍ସିତ ହେଉଥିଲେ। ଏପ୍ରିଲ ୨୯ରେ ତାଙ୍କର ମୃତ୍ୟୁ ଘଟିଛି। ଏ ନେଇ ସେ ଚିକିତ୍ସିତ ହେଉଥିବା ଲୀଳାବତି ହସ୍ପିଟାଲର ସିଇଓ ଡକ୍ଟର ରବିଶଙ୍କର ସୂଚନା ଦେଇଛନ୍ତି।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫,୦୪୩କୁ ବୃଦ୍ଧି ପାଇଛି। ଏବେ ୨୫,୦୦୭ ଜଣ ଚିକିତ୍ସାଧୀନ ରହିଥିବା ବେଳେ ୧୧୪୭ ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ଘଟିଛି। ସେହିପରି ୮୮୮୯ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।



from Odisha Reporter https://ift.tt/2zHvrup

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages