ବୁଲା ପଶୁମାନଙ୍କୁ ଖାଦ୍ୟ ଦେବାକୁ ଆଗେଇ ଆସିଲେ ସୋନମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 5, 2020

ବୁଲା ପଶୁମାନଙ୍କୁ ଖାଦ୍ୟ ଦେବାକୁ ଆଗେଇ ଆସିଲେ ସୋନମ୍

ମୁମ୍ବାଇ: କରୋନା ଯୋଗୁ ସାରା ଦେଶ ଲକ୍‌ଡାଉନ୍‌ରେ ଥିବା ବେଳେ ବୁଲା ଗୋରୁଗାଈ ଓ କୁକୁର ଆଦି ହଇରାଣ ହେଉଛନ୍ତି। କାରଣ ସେମାନେ ବିଶେଷ କରି ହୋଟେଲ୍ ଓ ଢାବା ଆଦିର ବଳକା ଖାଦ୍ୟ ଖାଇ ବଞ୍ଚନ୍ତି। ଏଭଳି ବୁଲା ପଶୁମାନଙ୍କ ପାଇଁ ବିଭିନ୍ନ ରାଜ୍ୟର ସରକାରମାନେ ପଦକ୍ଷେପ ନେଇଥିବା ବେଳେ ଲୋକେ ମଧ୍ୟ ଏ ଦିଗରେ ସହଯୋଗର ହାତ ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପିଲ୍ କରିଥିଲେ। ବହୁତ ଜାଗାରେ ଦେଖାଯାଉଛି ଯେ ଲୋକେ ବୁଲା ଗାଈଗୋରୁ ଓ କୁକୁରମାନଙ୍କୁ ଖାଇବାକୁ ଦେଉଛନ୍ତି। ଆଉ ବଲିଉଡ୍ ଅଭିନେତ୍ରୀ ସୋନମ କପୁର ମଧ୍ୟ ଏଥିପାଇଁ ଆଗେଇ ଆସିଛନ୍ତି।

ସୋନମ୍ କପୁର ତାଙ୍କ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ ‘ଭାନେ’ ନାମକ ଏକ ପୋଷାକ ବ୍ରାଣ୍ଡ ଚଲାନ୍ତି। ତାଙ୍କର ଏହି କମ୍ପାନୀର ଲାଭାଂଶକୁ ସେ ବୁଲା ଗାଈଗୋରୁ ଓ କୁକୁରଙ୍କ ପାଇଁ ଖର୍ଚ୍ଚ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ସୋନମ୍ ଲେଖିଛନ୍ତି, ‘ଆମ କମ୍ପାନୀର ମୁଖ୍ୟାଳୟ ଚାରିପାଖକୁ ସବୁବେଳେ ବୁଲା ପଶୁ ଘେରି ରହିଥା’ନ୍ତି। ଲକଡାଉନ୍ ଯୋଗୁ ସହରାଞ୍ଚଳରେ ବୁଲୁଥିବା ଏମିତି ଅନେକ ପଶୁ ଯେମିତି କି ଗାଈ, କୁକୁର ଓ ବିଲେଇ ଏବେ ଭୋକିଲା ଅଛନ୍ତି, ଯେଉଁମାନେ ସାଧାରଣତଃ ରାସ୍ତାକଡ଼ ଦୋକାନ ଓ ଯିବାଆସିବା କରୁଥିବା ଲୋକଙ୍କ ଉପରେ ଖାଦ୍ୟ ପାଇଁ ନିର୍ଭର କରନ୍ତି। ‘ଟିମ୍‌ ଭାବେ’ ଏହାର ଇ-ଶପ୍‌ର ସମସ୍ତ ୧୦୦% ରାଜସ୍ୱକୁ ଏହି ରାସ୍ତାରେ ବୁଲୁଥିବା ସାଥିମାନଙ୍କୁ ଖାଦ୍ୟ ଯୋଗାଇବାରେ ବ୍ୟୟ କରିବ।”

View this post on Instagram

🚨 *Support starving powerloom workers in Bhiwandi!* 🚨 6 lakh power loom workers in Bhiwandi have been left with no income and no food during the COVID19 lockdown. The situation is so desperate that it resembles a famine. *Powerloom Sangharsh Samiti* and *Movement for Peace and Justice are coming together* with *Youth Feed India* and *Helping Hands Charitable Trust* to raise funds and provide 5000 families of powerloom workers with emergency food kits. 🆘 *Only Rs. 600 can feed a family for an entire week.* 🆘 These power loom workers are the backbone of the garment industry, of the textile industry, of Bollywood. 📌 *Support Bhiwandi's powerloom workers at ketto.org/fundraiser/support-bhiwandi-powerloom-workers TODAY*

A post shared by Sonam K Ahuja (@sonamkapoor) on

ଏହା ବ୍ୟତୀତ ସୋନମ୍ ମହାରାଷ୍ଟ୍ରର ଭିବଣ୍ଡିସ୍ଥିତ ପାୱାରଲୁମ୍(ଲୁଗା ତିଆରି କରୁଥିବା) ଶ୍ରମିକମାନଙ୍କ ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି, ଯେଉଁମାନେ ଲକ୍‌ଡାଉନ୍‌ ଯୋଗୁ ଜୀବିକା ହରାଇ ବସିଛନ୍ତି। ସେ ସୋଶାଲ୍ ମିଡିଆରେ ସୂଚନା ଦେଇଛନ୍ତି ଯେ ଏହି ପାୱାରଲୁମ୍ ଶ୍ରମିକମାନଙ୍କୁ ସାହାଯ୍ୟ କରିବାକୁ କିଛି ସଂସ୍ଥା ଆଗେଇ ଆସିଛନ୍ତି। ତେବେ  ସୋନମଙ୍କ ଅନୁଯାୟୀ ଯେ କେହି ବ୍ୟକ୍ତି ଏହି ପରିବାରଗୁଡ଼ିକୁ ସାହାଯ୍ୟ କରିପାରିବେ। ମାତ୍ର ୬୦୦ ଟଙ୍କା ଦେଲେ ଗୋଟିଏ ପରିବାର ସପ୍ତାହେ ପର୍ଯ୍ୟନ୍ତ ଖାଯ୍ୟ ଯୋଗାଡ଼ କରିପାରିବ।

କରୋନା ମୁକାବିଲା ପାଇଁ ପୂରା ଦେଶରେ ଲକ୍‌ଡାଉନ୍ ଘୋଷଣା ହୋଇଥିବା ବେଳେ ଏହି ସମୟରେ ହଇରାଣ ହେଉଥିବା ଗରିବ ଓ ଶ୍ରମିକ ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରିବାକୁ ଅନେକ ବଲିଉଡ୍ କଳାକାର ଆଗେଇ ଆସିଛନ୍ତି। ଏହା ସହିତ ସେମାନେ ପ୍ରଧାନମନ୍ତ୍ରୀଙ୍କ ପିଏମ୍‌ କେୟାର୍‌ସ ଫଣ୍ଡ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଅର୍ଥ ଦାନ କରିଛନ୍ତି।



from Odisha Reporter https://ift.tt/2ULW7m7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages